Categories: ଜାତୀୟ

ପାଓ୍ବାର, ଅବ୍‌ଦୁଲ୍ଲାଙ୍କ ସହ ସୋନିଆଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର କେତେଜଣ ବରିଷ୍ଠ ବିରୋଧୀ ନେତାଙ୍କୁ ଭେଟି ପାର୍ଲାମେଣ୍ଟର ଶୀତ ଅଧିବେଶନ ଲାଗି ମିଳିତ ରଣନୀତି ବାହାର କରିବା ଉପରେ ଆଲୋଚନା କରିଛନ୍ତି। ସୋନିଆଙ୍କୁ ୧୦ ଜନପଥ ବାସଭବନରେ ସାକ୍ଷାତ୍‌ କରିଥିବା ନେତାମାନେ ହେଲେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା, ଶିବସେନାର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ୍‌ ଏବଂ ଡିଏମ୍‌କେ ନେତା ଟି.ଆର୍‌. ବାଲୁ। ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଏକାଠି କରିବା ଲାଗି ଆଗକୁ ଏପରି ଅନେକ ବୈଠକ ବସିପାରେ ବୋଲି କୁହାଯାଉଛି।

Share