Categories: ଜାତୀୟ

କଂଗ୍ରେସର ରାଜ୍ୟସଭା ସଦସ୍ୟଙ୍କ ସହ ସୋନିଆଙ୍କ ବୈଠକ: ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୭: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ଅନ୍ୟାନ୍ୟର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜ୍ୟସଭା ସଦସ୍ୟ ଗୁଲାମ ନବି ଆଜାଦ, କେସି ବେଣୁଗୋପାଲ, ବରିଷ୍ଠ ନେତା ଅହମ୍ମଦ ପଟେଲ, ଦିଗବିଜୟ ସିଂହ, ଜୟରାମ ରମେଶଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ଏହି ବୈଠକରେ ସୋନିଆ ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟ, ରାଜସ୍ଥାନର ରାଜନୈତିକ ସଙ୍କଟ, ଲଦାଖରେ ଚାଇନା ସହ ସଂଘର୍ଷ ଓ ଅର୍ଥନୀତି ସ୍ଥିତି ଉପରେ ଆଲୋଚନା କରିଥିବା ସୂଚନା ରହିଛି।

Share