Categories: ବାଣିଜ୍ୟ

ସୋନାଲିକାର ସର୍ବୋଚ୍ଚ ଘରୋଇ ୱାଇଟିଡି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୯।୧୦: ଚଳିତ ଆର୍ଥିକ ବର୍ଷରେ ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ ଏକ ନୂତନ କାର୍ଯ୍ୟଦକ୍ଷତା ବେଞ୍ଚମାର୍କ ସ୍ଥାପନ କରିଛି। ଏପରିକି ପାର୍ବଣ ଋତୁ ପୂର୍ବରୁ କମ୍ପାନୀ ୬୩,୧୩୬ଟି ଟ୍ରାକ୍ଟରର ଏକ ସର୍ବୋଚ୍ଚ ଘରୋଇ ଇୟର ଟୁ ଡେଟ୍‌(ୱାଇଟିଡି) ବିକ୍ରି ରେକର୍ଡ ହାସଲ ସହ ଘରୋଇ ଶିଳ୍ପରେ ଅଗ୍ରଣୀ ମାର୍କେଟ ଶେୟାର ଭାବେ ନିଜର ସ୍ଥିତି ବଜାୟ ରଖିଛି। ଶିଳ୍ପ ପ୍ରଦର୍ଶନ ତୁଳନାରେ ୭ଗୁଣ ଅଧିକ ଉଲ୍ଲେଖନୀୟ ପ୍ରଦର୍ଶନ ଏଥିରେ ସାମିଲ ରହିଛି। ଏହା ବିଶ୍ୱର ସବୁଠାରୁ ବଡ଼ ଟ୍ରାକ୍ଟର ବଜାର ପାଇଁ କୃଷକ କୈନ୍ଦ୍ରିକ ଅଭିନବ କୃଷି ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ବ୍ରାଣ୍ଡ୍‌ର ନିରନ୍ତର ଉତ୍କର୍ଷକୁ ପ୍ରଦର୍ଶିତ କରୁଛି।
ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ପ୍ରତ୍ୟେକ କୃଷକଙ୍କ ଚାହିଦା ସ୍ବତନ୍ତ୍ର ରହିଛି ।ତେଣୁ କଷ୍ଟମାଇଜ୍‌ଡ କୃଷି ସମାଧାନ ବିକଶିତ କରିବାରର ଆଭିମୁଖ୍ୟ ମଧ୍ୟ ଜରୁରୀ ହୋଇପଡିଛି। ଏପରିକି ଏହା ଆମର ଡିଏନ୍‌ଏରେ ଗଭୀର ଭାବେ ଅନ୍ତର୍ନିହିତ ରହିଛି। ଟ୍ରାକ୍ଟର ଶିଳ୍ପ ପାଇଁ ଆମର ସ୍ବତନ୍ତ୍ର ପ୍ରସ୍ତାବ ଆମକୁ ୬୩,୧୩୬ଟି ଟ୍ରାକ୍ଟରର ସର୍ବୋଚ୍ଚ ଘରୋଇ ୱାଇଟିଡି ବିକ୍ରି ରେକର୍ଡ କରିବା ଓ ଭାରତରେ ନିରନ୍ତର ଭାବେ ବଜାର ଅଂଶ ହାସଲ କରିବାକୁ ସକ୍ଷମ କରିଛି। ଏଥିରେ ଶିଳ୍ପ ପ୍ରଦର୍ଶନ ତୁଳନାରେ ୭ଗୁଣ ଅଭିବୃଦ୍ଧି ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ଭାବେ ଆମେ ଟ୍ରାକ୍ଟର କ୍ଷେତ୍ରରେ ଭାରତର ଅଭିବୃଦ୍ଧି କାହାଣୀର ନେତୃତ୍ୱ ନେଇ ଆସୁଥିବା ଏକ ଗର୍ବିତ ଘରୋଇ ବ୍ରାଣ୍ଡ୍‌ । କୃଷକମାନେ ଯେପରି ସର୍ବୋତ୍ତମ ହେଭି ଡ୍ୟୁଟି ଟ୍ରାକ୍ଟରଗୁଡିକ ସହ ସୁସଜ୍ଜିତ ରହିବେ,ତାହା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ ଏବଂ ଆମେ ଆମର ଅଭିନବ ଯାତ୍ରାକୁ ବଜାୟ ରଖିବୁ। ସେହିଭଳି କଷ୍ଟମାଇଜ୍‌ଡ ଟ୍ରାକ୍ଟର ପ୍ରଦାନ କରିବା ପାଇଁ ସୋନାଲିକାର ଦୃଢ଼ତା ଓ ବେଗ ଏହାକୁ ୧୭ ଲକ୍ଷରୁ ଅଧିକ କୃଷକ ପରିବାର ପାଇଁ ଏକ ପରିଚିତ ନାମରେ ପରିଣତ କରିଛି। କୃଷି ଯାନ୍ତ୍ରିକୀକରଣ ବୃଦ୍ଧି କରିବା ପାଇଁ ବ୍ରାଣ୍ଡ୍‌ର ପ୍ରତିବଦ୍ଧତା,ଭାରତ ସରକାରଙ୍କ ଦୃଷ୍ଟିକୋଣ ସହ ପ୍ରତିଧ୍ୱନିତ୍ୱ କରୁଛି। ସୋନାଲିକା ପକ୍ଷରୁ ଉତ୍ତମ ମୂଲ୍ୟରେ ନୂତନ ଯୁଗର କୃଷି ଟେକ୍ନୋଲୋଜିକୁ ଗ୍ରହଣ କରିବା କ୍ଷେତ୍ରରେ କୃଷକଙ୍କୁ ସହଯୋଗ କରିବା ଓ ସମସ୍ତ ଋତୁରେ ସଫଳତାକୁ ପାଳନ କରିବା ପାଇଁ ଏହାର ବାର୍ଷିକ ‘ସୋନାଲିକା ହେଭି ଡ୍ୟୁଟି ଧମାକା’ର ଶୁଭାରମ୍ଭ କରାଯାଇଛି।

Share