ଗୋଟିଏ ଆଇଟମ୍‌ ଗୀତ ପାଇଁ ସନି ଲିଓନି ନିଅନ୍ତି ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଆଇଟମ୍‌ ଗୀତ ଆଜିକାଲି ପ୍ରାୟ ପ୍ରତ୍ୟେକ ଫିଲ୍ମରେ ରଖାଯାଉଛି। ଅନେକ ଫିଲ୍ମରେ ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଡ୍ୟାନ୍ସଗୁଡ଼ିକର ଶୁଟିଂ କରାଯାଇଥାଏ। ଯଦିଓ ଏହା ଆବଶ୍ୟକ ନୁହେଁ। ଏଭଳି ପରିସ୍ଥିତିରେ ଅଭିନେତ୍ରୀମାନେ ଏକ ଆଇଟମ୍‌ ନମ୍ବର ଗୀତ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଜାଣନ୍ତୁ ଗୋଟିଏ ଆଇଟମ୍‌ ଗୀତ ପାଇଁ ସନି ଲିଓନି କେତେ ଟଙ୍କା ନେଇଥାନ୍ତି…

କ୍ୟାରିୟର ଆରମ୍ଭରେ ଏକ ଗୀତ ପାଇଁ ସନି ୨୫ ଲକ୍ଷ ଟଙ୍କା ନେଉଥିବା ବେଳେ ଏବେ ଏହି ଚାର୍ଜ ବଢ଼ାଇ ସେ ୩ କୋଟିକୁ ବୃଦ୍ଧି କରିଛନ୍ତି। ଅନ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମନ୍ଥା ରୁଥ୍‌ପ୍ରଭୁ ୫ କୋଟି ଟଙ୍କା ନେଇଥାନ୍ତି। ସେହିପରି ଜ୍ୟାକଲିନ ଫର୍ନାଡିସ୍‌ ଗୋଟିଏ ଆଇଟମ୍‌ ଗୀତ ପାଇଁ ୩ କୋଟି ନେଇଥାନ୍ତି। କ୍ୟାଟ୍ରିନା କୈଫ୍‌ ଏବଂ ନୋରା ଫତେହୀ ଗୋଟିଏ ଗୀତ ପାଇଁ ୫୦ ଲକ୍ଷ ଟଙ୍କା ନେଇଥାନ୍ତି।

Share