ସବୁଠୁ ଥଣ୍ଡା ସୋନପୁର

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟକୁ ଉତ୍ତର-ପୂର୍ବ ଦିଗର ଥଣ୍ଡାବାୟୁ ପ୍ରବାହିତ ହେଉଛି। ଫଳରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ୧୦ ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଯାଇଛି। ଏପରିକି କେତେକ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୋନପୁରରେ ସର୍ବନିମ୍ନ ତାପାମାତ୍ରା ୯.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡି ୯.୫, ଫୁଲବାଣୀ ୧୦, ଅନୁଗୋଳ ୧୧, କୋରାପୁଟ ୧୧.୨, ଭବାନୀପାଟଣା ୧୧.୪, ତାଳଚେର ୧୩.୫, କେନ୍ଦୁଝର ୧୪.୪, ଝାରସୁଗୁଡ଼ା ୧୩.୪, ମାଲକାନଗିରି ୧୪.୫ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିବା ସହ ଶୀତର ପ୍ରକୋପ ଜାରି ରହିବ।
ତେବେ ଆସନ୍ତା ୧୧ ତାରିଖରୁ ଦୁଇଦିନ ଦକ୍ଷିଣ ଉପକୂଳ ଓଡ଼ିଶା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ୧୪ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ। ପାରଦ ଆହୁରି ତଳକୁ ଖସିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍‌ସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share