କ୍ଷମା ମାଗିଲେ ସୋନୁ

ମୁମ୍ବାଇ: ସୋନୁ ସୁଦ୍‌ ତାଙ୍କର ଏକ ଭିଡିଓ ନେଇ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଗତ ଡିସେମ୍ବର ୧୩ରେ ସେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍‌ ଡୋର ପାଖରେ ବସି ଏକ ଭିଡିଓ କରିଥିଲେ। ସେ ସେହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିବାରୁ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ତାଙ୍କର ଏହି ଭିଡିଓରେ ବୁଧବାର ଉତ୍ତର ତଟ ରେଲ୍‌ଓ୍ବେ ତାଙ୍କୁ ସମାଲୋଚନା କରିବା ସହ ଆପତ୍ତି ଉଠାଇ ନାପସନ୍ଦ କରିଛି ମୁମ୍ବାଇ ରେଲ୍‌ୱେ ପୋଲିସ କମିଶନରେଟ୍‌। ରେଲ୍‌ୱେ ଟୁଇଟ୍‌ କରି ଲେଖିଛି, ଆପଣ ହେଉଛନ୍ତି ସମସ୍ତଙ୍କ ପାଇଁ ଆଦର୍ଶ। ଯଦି ଆପଣ ଟ୍ରେନ୍‌ ଡୋର ନିକଟରେ ଯାତ୍ରା କରିବା ବିପଜ୍ଜନକ ବୋଲି ଜାଣି ଏପରି କରିବେ, ତେବେ ଏହା ଆପଣଙ୍କ ପ୍ରଶଂସକମାନଙ୍କୁ ଭୁଲ୍‌ ବାର୍ତ୍ତା ଦେଇପାରେ। ଆପଣ ଦୟାକରି ଏମିତି କରନ୍ତୁ ନାହିଁ। ବାସ୍ତବ ଜୀବନରେ ତାଙ୍କୁ ଏପରି କୌଣସି ଷ୍ଟଣ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି।

Share