ସୋନୁଙ୍କୁ ମିଳିଲା ଏମିତି ଉପହାର

ମୁମ୍ବାଇ: ଅଭିନେତା ସୋନୁ ସୁଦ୍‌ଙ୍କୁ ଫିଲ୍ମ ବ୍ୟତୀତ ସାମାଜିକ କାମ ପାଇଁ ଲୋକେ ବେଶ୍‌ ପସନ୍ଦ କରନ୍ତି। ଅନେକ ସମୟରେ ସେ ଲୋକଙ୍କୁ ସାହାଯ୍ୟ କରି ତାଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି। ତେବେ ଶନିବାର ତାଙ୍କ ଜନ୍ମଦିନ ତାଙ୍କ ଗଁା ବ୍ୟତୀତ ବହୁ ସ୍ଥାନରେ ପାଳନ କରାଯାଇଛି। ଲୋକେ ବହୁ ଉତ୍ସୁକତାର ସହ ନିଜ ନିଜ ହିସାବରେ ତାଙ୍କ ଜନ୍ମଦିନ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସୋନୁଙ୍କ ଗଁାରେ ତାଙ୍କର ଏକ ବିଶାଳକାୟ ଫଟୋ ପ୍ରଶଂସକମାନେ ଉପହାର ସ୍ବରୂପ ଦେଇଛନ୍ତି। ପଞ୍ଜାବ ମୋଗାସ୍ଥିତ ଅଜିତବାଲରେ ତାଙ୍କର ୧ ଲକ୍ଷ ୧୭ ହଜାର ବର୍ଗ ଫୁଟ୍‌ ଅଞ୍ଚଳରେ ବିଶ୍ୱର ସବୁଠୁ ବଡ଼ ପପ୍‌ ଆର୍ଟ କରିଛନ୍ତି। ଏଥିପାଇଁ ୭ ରାଜ୍ୟର ୨୫ କଳାକାର ନିୟୋଜିତ ହୋଇଥିଲେ। ଏହି ପପ୍‌ ଆର୍ଟକୁ କଳାକାରମାନେ ଗୋଟେ ଦିନରେ ଶେଷ କରିଥିଲେ। ତେବେ ଏହି ପପ୍‌ ଆର୍ଟର ଆକାର ଏତେ ବିଶାଳ ଯେ, ତାକୁ ଗୁଗଲ ସାଟେଲାଇଟ୍‌ ମ୍ୟାପରେ ମଧ୍ୟ ଦେଖିହେବ। ଏହି କଳାକୃତି କରିଥିବା କଳାକାରଙ୍କୁ ଭେଟିବାକୁ ସୋନୁ ସେଠାରେ ପହଞ୍ଚିଥିଲେ। ହେଲେ କିଛି କାରଣବଶତଃ ସୋନୁ ସେମାନଙ୍କୁ ଦେଖା ହୋଇପାରି ନ ଥିଲେ। କିନ୍ତୁ ସୋନୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସୋନୁ ୧୯୯୯ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଶେଷଥର ପାଇଁ ତାଙ୍କୁ ହିନ୍ଦୀରେ ‘ସମ୍ରାଟ ପୃଥର୍‌ବୀରାଜ’ ଏବଂ ତାମିଲରେ ‘ଥମିଲାରାସନ’ରେ ଦେଖିବାକୁ ମିଳିଥିଲା। ନିକଟରେ ତାଙ୍କର ଆଉ ଏକ ମୁଭି ଆସିବାକୁ ଯାଉଛି।

Share