ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ ଲୁଚାଇବା ପାଇଁ ସୋନ୍‌ୁ ବିଭିନ୍ନ ନକଲି କମ୍ପାନୀରୁ ଅସୁରକ୍ଷିତ ଋଣ ଆଣିଥିବା ଆୟକର ବିଭାଗ ଅଭିଯୋଗ ଆଣିଛି।

ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଦାତବ୍ୟ ଅନୁଷ୍ଠାନ ବିରୋଧରେ ବିଦେଶୀ ଚାନ୍ଦା ଅଧିନିୟମ ଉଲ୍ଲଂଘନ ଅଭିଯୋଗ କରାଯାଇଛି। ଆଗାମୀ ଦିନରେ ସୋନୁଙ୍କ ବିରେଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ସମେତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏଫ୍‌ସିଆର୍‌ଏ ଡିଭିଜନର ଯାଞ୍ଚ୍‌ କରାଯିବାର ସମ୍ଭାବନା ରହିଛି।

ଆୟକର ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଲକ୍ଷ୍ନୌର ଏକ କମ୍ପାନୀ ଉପରେ ମଧ୍ୟ ଚଢ଼ାଉ କରାଯାଇଛି। ସେହିପରି ସୋନୁ ୨୦ଟି ନକଲି କମ୍ପାନୀଠାରୁ ଋଣ ନେଇଥିବା ଚଢ଼ାଉ ସମୟରେ ଜଣାପଡ଼ିଛି। ସୋନୁଙ୍କର ନାଗପୁର ଏବଂ ଜୟପୁରସ୍ଥିତ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

Share