ମାତ୍ର ୫ ଟଙ୍କା ପାଇଁ ଗୀତ ଗାଉଥିଲେ ସୋନୁ ନିଗମ

ସିଙ୍ଗର ସୋନୁ ନିଗମ ବଲିଉଡ୍‌ରେ ମ୍ୟୁଜିକ୍‌ ମାଫିଆ ବିଷୟରେ କହିବା ପରଠାରୁ ଏକ ଭିନ୍ନ ପ୍ରକାର ବିବାଦ ଆରମ୍ଭ ହୋଇଯାଇଛି। ସୋନୁ ଯେଉଁପରି ଭାବେ ଟି ସିରିଜ୍‌ର ନିର୍ଦ୍ଦେଶକ ଭୁଷଣ କୁମାରଙ୍କ ଉପରେ ଦୋଷ ଲଗାଇଛନ୍ତି, ଏହାକୁ ନେଇ ବିବାଦ ଆହୁରି ବଢ଼ିବାରେ ଲାଗିଛି। ସୋନୁଙ୍କୁ ଏହାର ଜବାବ ଦେଇଛନ୍ତି ଭୁଷଣଙ୍କ ସ୍ତ୍ରୀ ଦିବ୍ୟା କୁମାର ଖୋସଲା।
ଦିବ୍ୟା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟକରି ସୋନୁଙ୍କ ଅଭିଯୋଗକୁ ଅସ୍ବିକାର କରିବା ସହ ତାଙ୍କ କ୍ୟାରିୟର ସହ ଜଡିତ ଅନେକ କଥା କହିଛନ୍ତି। ସୋନୁ ଜଣେ ସିଙ୍ଗର ହୋଇ ମଧ୍ୟ ସେ କୌଣସି ପ୍ରତିଭାକୁ ସାହାଯ୍ୟ କରି ନାହାନ୍ତି। ଆହୁରି ମଧ୍ୟ କହିଛନ୍ତି, ମାତ୍ର ୫ ଟଙ୍କା ପାଇଁ ସୋନୁ ରାମଲିଲାରେ ଗୀତ ଗାଉଥିଲେ। ଗୁଲଶନ କୁମାର ତାଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ସୁଯୋଗ ଦେଇଥିଲେ। ଗୁଲଶନ ଜୀ ତୁମକୁ ଏତେ ବଡ଼ ସୁଯୋଗ ଦେଲେ କିନ୍ତୁ ଏହାର ପ୍ରତିବଦଳରେ ତୁମେ କ’ଣ କଲ ବୋଲି ଦିବ୍ୟା ପ୍ରଶ୍ନ କରିଛନ୍ତି।

Share