ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନରେ ଶ୍ରମିକ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଦେଶବିଦେଶରେ ଫସିଥିବା ଲୋକଙ୍କୁ ସହାୟତା କରି ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ବିହାରର ଜଣେ ବ୍ୟକ୍ତିଙ୍କ ପାଇଁ ଏକ ମଇଁଷି କିଣିଛନ୍ତି। ଏନେଇ ଟୁଇଟ୍ କରି ସୋନୁ କହିଛନ୍ତି ଜୀବନରେ ପ୍ରଥମ କାର୍ କିଣିବାବେଳେ ଯେତିକି ଉତ୍ସାହିତ ନ ଥିଲି ଆଜି ମଇଁଷି କିଣିବା ବେଳେ ମୁଁ ତାଠୁ ଅଧିକ ଉତ୍ସାହିତ ଥିଲି। ବିହାର ଆସିଲେ ମୁଁ ନିଶ୍ଚେ ଗୋଟେ ଗ୍ଲାସ୍ ମଇଁଷି କ୍ଷୀର ପିଇବି ବୋଲି ସୋନୁ କହିଛନ୍ତି। ବିହାରର ଚମ୍ପାରନରେ ରହୁଥିବା ଭୋଳା ନାମକ ଜଣେ ବ୍ୟକ୍ତି ବନ୍ୟାରେ ନିଜ ପୁଅ ଏବଂ ଏକ ମଇଁଷିକୁ ହରାଇଥିଲେ। ଯାହା ତାଙ୍କ ଆମଦାନୀର ଏକମାତ୍ର ସ୍ରୋତ ଥିଲା। ଏହା ଦେଖି ସୋନୁ ସୁଦ ଏବଂ ନୀତି ଗୋଏଲ ଭୋଳାଙ୍କୁ ସହାଯୋଗର ହାତ ବଢାଇଥିଲେ। ଏହାପୂର୍ବରୁ ଜଣେ କୃଷକଙ୍କ ଟ୍ରାକ୍ଟର ଯୋଗାଇଦେଇଥିଲେ ସେ। ଏବେ ପ୍ରଶଂସକମାନେ ସୋନୁଙ୍କୁ ଭଗବାନ ଭାବେ ପୂଜିବା ଆରମ୍ଭ କଲେଣି।