ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍ ତିଆରି କରୁଥିବା ଅଶରଫ ଚୌଧୁରୀ ଅଭାବ ଅନଟନ ଦେଇ ଗତି କରୁଛନ୍ତି। ଏନେଇ ସମ୍ବାଦ ପ୍ରକାଶ ପାଇବା ପରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ତାଙ୍କୁ ସହାୟତା ଦେବାକୁ ଆଗେଇ ଆସିଚନ୍ତି। ନିଜ ଟୁଇଟର ହ୍ୟାଣ୍ଡଲ୍ରେ ଅଶରଫ୍ଙ୍କ ଠିକଣା ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଲକ୍ଡାଉନ୍ ସମୟରେ ଗରିବ ଲୋକଙ୍କ ସାହାରା ପାଲଟିଥିବା ସୋନୁ ଅନେକ ପ୍ରବାସୀଙ୍କୁ ଘରେ ପହଞ୍ଚାଇଥିଲେ। କାହାକୁ ଟ୍ରାକ୍ଟର ତ ଆଉ କାହାକୁ ମଇଁଷି ଦେଇ ହୃଦୟ ଜିତିଛନ୍ତି ସେ। ଏବେ ଅଶରଫଙ୍କ ସହାୟତା ଦେବାକୁ ମଧ୍ୟ ଆଗେଇ ଆସିଛନ୍ତି। ସୂଚନାଯୋଗ୍ୟ, ଅଶରଫ କିଛିଦିନ ହେବ କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।