ହୃଦୟର ଯନ୍ତ୍ରଣା ପ୍ରକାଶ କଲେ ସୋନୁ ସୁଦ୍‌

ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ପ୍ରତ୍ୟେକ କୋଣରୁ ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ଅମ୍ଳଜାନ, ଔଷଧ, ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯୋଗାଇଦେଉଛନ୍ତି ସେ। ଏହି ସମୟରେ, ଏତେ ପରିଶ୍ରମ ପରେ ମଧ୍ୟ କିଛି ରୋଗୀଙ୍କୁ ବଞ୍ଚାଇ ନ ପାରିବା ନେଇ ସେ ନିଜର ନିରାଶା ପ୍ରକାଶ କରିଛନ୍ତି। ସୋନୁ ଏକ ଟୁଇଟ କରି କହିଛନ୍ତି ଯେ, ଏତେ ପରିଶ୍ରମ ପରେ ମଧ୍ୟ କିଛି ରୋଗୀଙ୍କ ଜୀବନ ରକ୍ଷା ନ କରିବା ଯୋଗୁ ସେ ନିଜକୁ ଅସହାୟ ମନେ କରୁଛନ୍ତି। ସୋନୁ ସୁଦ ତାଙ୍କ ଟୁଇଟରେ ଲେଖିଛନ୍ତି- ଯେଉଁ ରୋଗୀଙ୍କୁ ତୁମେ ବଞ୍ଚାଇବାକୁ ଚେଷ୍ଟା କରୁଛ, ତାଙ୍କୁ ହରାଇଦେବା କୌଣସି ନିଜ ଲୋକଙ୍କୁ ହରାଇବାଠାରୁ କମ୍‌ ନୁହେଁ। ସେହି ପରିବାର ଲୋକଙ୍କ ସହ ଆଖିରେ ମିଶାଇବା କଷ୍ଟକର ହୋଇପଡେ, ଯେଉଁ ପରିବାର ଲୋକଙ୍କୁ ଆପଣ ଜୀବନ ବଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିବେ। ଆଜି ମୁଁ ସେମିତି କିଛି ଲୋକଙ୍କୁ ହରାଇଦେଇଛି, ଯେଉଁମାନଙ୍କ ସହ ମୁଁ ଦିନକୁ ୧୦ଥର ଯୋଗାଯୋଗ କରିଥାଏ। ଏବେ ନିଜକୁ ଅସହାୟ ମନେ କରୁଛି ବୋଲି ସେ କହିଛନ୍ତି। ସୋନୁଙ୍କ ଏହି ଟୁଇଟ୍‌ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଭାବପ୍ରବଣ ହୋଇଯାଇଛନ୍ତି।

Share