Categories: ଜାତୀୟ

ଅକ୍ଷମତା ପ୍ରକାଶ କଲେ ସୋନୁ ସୁଦ

ନୂଆଦିଲ୍ଲୀ, ୨୦।୪: ଗତ ବର୍ଷ କରୋନା ମହାମାରୀ ସମୟରେ ପ୍ରବାସୀ ଓ ଶ୍ରମିକଙ୍କ ପାଇଁ ହିରୋ ସାଜିଥିଲେ ବଲିଉଡ୍‌ ଆକ୍ଟର ସୋନୁ ସୁଦ। କିନ୍ତୁ କରୋନାର ଦ୍ୱିତୀୟ ଲହର ଆଗରେ ସଂଘର୍ଷ କରୁଛନ୍ତି ସବୁଠୁ ବଡ଼ ହିରୋ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ସେ ବିଭିନ୍ନ ମେଡିକାଲକୁ ବେଡ୍‌ ଓ ଔଷଧ ଯୋଗାଇ ପାରୁ ନାହାନ୍ତି।

କେବଳ ସେ ନୁହନ୍ତି, ତାଙ୍କ ଟିମ୍‌ ମଧ୍ୟ ଫେଲ୍‌ ହୋଇଥିବା ଟୁଇଟ୍‌ କରିଛନ୍ତି। ମୋତେ ୫୭୦ ବେଡ୍‌ ଓ ୧୪୭୭ ରେମଡେସିଭିର ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ମୁଁ କେବଳ ୧୧୨ଟି ବେଡ୍‌ ଓ ମାତ୍ର ୧୮ଟି ରେମଡେସିଭିର ହିଁ ଯୋଗାଡ଼ କରିପାରିଲି। ଆମେ ଫେଲ୍‌ ହୋଇଛୁ ବୋଲି ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି ସୋନୁ। ଏହି ଟୁଇଟ୍‌କୁ ସେ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି।

Share