ସୋନୁଙ୍କ ‘ଜବ୍‌ରା ଫ୍ୟାନ୍‌’

ବମ୍ବେ: କରୋନା କାରଣରୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କ ସହାୟତା କରି ଚର୍ଚ୍ଚାରେ ରହିଥିଲେ ଅଭିନେତା ସୋନୁ ସୁଡ। ତାଙ୍କଠାରୁ ସହାୟତା ପାଇବା ପରେ ଦେଶର କୋଣ ଅନୁକଣରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିଲା। କେବଳ ରିଲ୍‌ ନୁହେଁ ରିଅଲ୍‌ ହିରୋ ପାଲଟିଥିଲେ ସେ। ଏବେ ମଧ୍ୟ ସୋନୁଙ୍କ ଲୋକପ୍ରିୟତା ପୂର୍ବଭଳି ରହିଛି। ନିକଟରେ ଅଭିନେତାଙ୍କ ଜଣେ ଜବ୍‌ରା ଫ୍ୟାନ୍‌ ସାଇକେଲ ଚଳାଇ ଭେଟିବାକୁ ଆସି ଖବର ଶିରୋନାମା ପାଲଟିଛନ୍ତି।

ଆନ୍ଧ୍ରପ୍ରଦେଶରେ ରୁହନ୍ତି ରାଜୁ। ସେ ନିଜର ଆଇଡଲ୍‌ ସୋନୁଙ୍କୁ ଭେଟିବା ପାଇଁ ୧୫ ଦିନ ଧରି ସାଇକେଲ ଚଳାଇ ୧୦୦୦ କିଲୋମିଟର ଯାତ୍ରା କରି ମୁମ୍ବାଇ ପହଞ୍ଚିଥିଲେ। ଦେହରେ ସୋନୁଙ୍କ ଫଟୋଥିବା ଟି-ଶର୍ଟ ଥିଲା। ସୋନୁ ପ୍ରଶଂସକଙ୍କ ଚେଷ୍ଟାକୁ ସମ୍ମାନ ଦେଇଥିଲେ। ସେ ତାଙ୍କ ସହ ଫଟୋ ଉଠାଇବା ସହ ଆଉ କେବେ ନିଜ ଜୀବନକୁ ବିପଦରେ ନ ପକାଇବାକୁ କହିଛନ୍ତି।

Share