ଫିଲ୍ମରେ ଆକ୍ସନ ସିନ୍‌ରେ ସୋନୁଙ୍କ ଉପରେ ହାତ ଉଠାଇବାକୁ ମନାକଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏବେ ବି ତାଙ୍କର ଲୋକଙ୍କୁ ସାହାଯ୍ୟ କରିବା କାମ ଜାରିରହିଛି। ଏହି କାର୍ଯ୍ୟ ପାଇଁ ସୋନୁ ଲୋକଙ୍କ ପାଇଁ ଭଗବାନ ପାଲଟିଯାଇଛନ୍ତି। ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ ସୋନୁଙ୍କ ଏହି କାମ ତାଙ୍କର ବୃତ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଛି।
ଏବେ ସୋନୁଙ୍କୁ ଫିଲ୍ମରେ ଲିଡ୍‌ ରୋଲ୍‌ ମିଳିବା ଆରମ୍ଭ ହୋଇଯାଇଛି। ଏକ ସାକ୍ଷାତକାରରେ ସୋନୁ କହିଛନ୍ତି ଯେ, ବର୍ଷ ୨୦୨୦ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ବଦଳାଇ ଦେଇଛି। ବିଶେଷକରି ତାଙ୍କର ଖଳନାୟକ ଭାବମୂର୍ତ୍ତି ଉପରେ ଏହା ବେଶ୍‌ ପ୍ରଭାବ ପକାଇଛି। ଏହି ଅବସରରେ ସୋନୁ ତାଙ୍କର ଆଗାମୀ ତେଲୁଗୁ ଫିଲ୍ମ ‘ଆଚାର୍ଯ୍ୟ’ ବିଷୟରେ କଥା ହୋଇ କହିଥିଲେ, ଆମେ ଏକ ଆକ୍ସନ ସିନ୍‌ର ଶୁଟିଂ କରୁଥିଲୁ। ଚିରଞ୍ଜୀବୀ ସାର୍‌ କହିଥିଲେ ଯେ, ଏହି ଫିଲ୍ମରେ ମୋର ରହିବା ତାଙ୍କ ପାଇଁ ସମସ୍ୟାର କାରଣ। କାରଣ ସେ ମୋତେ ଆକ୍ସନ ଦୃଶ୍ୟରେ ମାରି ପାରିବେ ନାହିଁ। କାରଣ ଯଦି ସେ ସେମିତି କିଛି କରନ୍ତି ତେବେ ଲୋକମାନେ ତାଙ୍କୁ ଅଭିଶାପ ଦେବେ ବୋଲି ଚିରଞ୍ଜୀବୀ ସାର୍‌ କହିଥିବା ସୋନୁ କହିଛନ୍ତି। ଏଥିସହ ଫିଲ୍ମରେ ଆଉ ଏକ ଦୃଶ୍ୟ ଥିଲା, ଯେଉଁଥିରେ ତାଙ୍କୁ ମୋ ଉପରେ ଗୋଡ଼ ରଖିବାର ଥିଲା। ଏହି ଦୃଶକୁ ଶୁଟ୍‌ କରିବା ପାଇଁ ଅନେକ ସମୟ ଲାଗିଯାଇଥିଲା ବୋଲି ସୋନୁ କୁହନ୍ତି।

Share