ଫିଲ୍ମ ସେଟ୍‌ରେ ଫୋନ ବାଣ୍ଟିଲେ ସୋନୁ ସୁଦ

ମାନବିକତା ଓ ଉଦାରତା ପାଇଁ ଜଣାଯାଉଥିବା ଅଭିନେତା ସୋନୁ ସୁଦ ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂର ପ୍ରଥମ ଦିନ ସେଟ୍‌ରେ ସୋନୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ କ୍ରୁ ମେମ୍ବର। ଏହି ଅବସରରେ ୟୁନିଟ୍‌ ମେମ୍ବରଙ୍କ ମଧ୍ୟରେ ସୋନୁ ବାଣ୍ଟିଛନ୍ତି ୧୦୦ ଫୋନ।

ମେଗା ଷ୍ଟାର ଚିରଞ୍ଜୀବିଙ୍କ ଫିଲ୍ମ ‘ଆଚାର୍ଯ୍ୟ’ରେ ସୋନୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଦୁଇଙ୍କ ବ୍ୟତୀତ ଫିଲ୍ମରେ ରାମ ଚରଣ ଓ କାଜଲ ଅଗ୍ରଓ୍ବାଲଙ୍କୁ ଦେଖିବାକୁ ମିଳିବ। ଫିଲ୍ମକୁ ଚଳିତ ବର୍ଷ ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି।

Share