ସୋନୁ ସୁଦଙ୍କୁ ନୂଆ ଦାୟିତ୍ୱ

ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଭଗବାନ ପାଲଟିଥିବା ଅଭିନେତା ସୋନୁ ସୁଦ ମିଳିଛି ଆଉ ଏକ ନୂଆ ଦାୟିତ୍ୱ। ସୋନୁ ସୁଦଙ୍କୁ ପଞ୍ଜାବ ସରକାର ଟିକାକରଣ ଅଭିଯାନ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଏନେଇ ରବିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଘୋଷଣା କରିଛନ୍ତି। କୋଭିଡ ଟିକା ନେବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଞ୍ଜାବରେ ଟିକା ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି। ସୋନୁ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଗତ ବର୍ଷ ମହାମାରୀ ଆରମ୍ଭ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବାରେ ସାହାଯ୍ୟ କରି ସେ ପରିଚିତ ହାସଲ କରିଛନ୍ତି। ବହୁ ଲୋକଙ୍କ ମଧ୍ୟରେ ବ୍ୟାପିଥିବା ଟିକା ବିଷୟରେ ଭୁଲ ଧାରଣା ଦୂର କରିବାରେ ଦୂର କରିବା ପାଇଁ ସୋନୁ ମୁଖ୍ୟ ଭୂମିକା ଗ୍ରହଣ କରିବେ। ସୋନୁ ସୁଦ କହିଛନ୍ତି ଯେ, ଏହି ଜୀବନ ରକ୍ଷାକାରୀ ଟିକା ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ ହୋଇ ସେ ଖୁସି ଏବଂ ଗର୍ବିତ ବୋଲି ସେ କହିଛନ୍ତି।

Share