ବମ୍ବେ: ଲକ୍ଡାଉନ୍ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତା ସୋନୁ ସୁଡ। ଏହା ଶେଷ ହେବା ପରେ ମଧ୍ୟ ସେ ପୂର୍ବଭଳି ଲୋକଙ୍କ ସହାୟତା କରୁଛନ୍ତି। ସେ କାହାର ମେଡିକାଲ ବିଲ୍ଠାରୁ ଆରମ୍ଭ କରି ପାଠପଢ଼ା ଖର୍ଚ୍ଚ ଏବଂ ଘରଭଡ଼ା ଦେଉଥିବା ନଜର ଆସୁଛି। ହେଲେ ଏବେ ଜଣେ ବ୍ୟକ୍ତି ସୋନୁଙ୍କୁ ବିବାହ କରାଇଦିଅନ୍ତୁ ବୋଲି ମଜାରେ କହିଥିଲେ। ଅଭିନେତା ସମାନ ଢ଼ଙ୍ଗରେ ଏହାର ଜବାବ ମଧ୍ୟ ଦେଇଛନ୍ତି। ନିଶ୍ଚିତ ବିବାହ କରାଇଦେବି। ଆବଶ୍ୟକ ପଡ଼ିଲେ ମନ୍ତ୍ର ମଧ୍ୟ ପଢ଼ିଦେବି। ଖାଲି ନିଜ ପାଇଁ ଝିଅ ଦେଖିବାର କଷ୍ଟ କରି ନିଅନ୍ତୁ ବୋଲି ସୋନୁ କହିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେଉଁଠି ଅଭିନେତାଙ୍କୁ ମଜାରେ କିଛି ଅନୁରୋଧ କରାଯାଇଛି। ପୂର୍ବରୁ ଲୋକେ କାର୍ ଉପହାର, ମାଲଦ୍ୱିପ୍ ଟ୍ରିପ୍ ଆଦି ପାଇଁ ସହାୟତା କରିବାକୁ କହିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ।
क्यों नहीं..शादी के लिए मंत्र भी पढ़ दूंगा।
बस लड़की ढूंढने का कष्ट आप कर लें। 🙏 https://t.co/M8qKx664O9— sonu sood (@SonuSood) March 16, 2021