ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍‌ ମାଗିଲେ ଯୁବକ

ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର ଜବାବରେ ଭଲିଉଡ୍‌ ଅଭିନେତା ଦେଇଥିବା ମଜାଳିଆ ରିପ୍ଲେ ଏବେ ୟୁଜରଙ୍କୁ ପସନ୍ଦ ଆସୁଛି।

” ଭାଇ ମୋ ଗର୍ଲଫ୍ରେଣ୍ଡ ଆଇଫୋନ ଦାବି କରୁଛି। ଏହାର କିଛି ହୋଇପାରିବ କି “ ବୋଲି ଜଣେ ଯୁବକ ଟୁଇଟ୍‌ କରିଥିଲେ। ଏହାର ଉତ୍ତରରେ ସୋନୁ ଲେଖିଛନ୍ତି, ତାଙ୍କ କଥା ଜଣାନାହିଁ। ଯଦି ମୁଁ ତାଙ୍କୁ ଆଇଫୋନ ଦିଏ, ତେବେ ତୁମକୁ କିଛି ଲାଭ ମିଳିବ ନାହିଁ। ସୋନୁଙ୍କ ଏହି ଟୁଇଟ୍‌କୁ ୧୫ ହଜାରରୁ ଅଧିକ ଲାଇକ୍‌ ମିଳିସାରିଥିବାବେଳେ ଏକ ହଜାରରୁ ଅଧିକ ୟୁଜର କମେଣ୍ଟ କରିଛନ୍ତି।

Share