ଏହା ହେଉଛି ସୋନୁ ସୁଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି। ନିକଟରେ ତାଙ୍କ ଉପରେ ଏକ ପୁସ୍ତକ ଲେଖାଯାଇଛି, ଯାହାର ନାମ ରଖାଯାଇଛି ‘ଆଇ ଆମ୍‌ ନୋ ମସିହା’। ଏହି ପୁସ୍ତକକୁ ପାଠକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି। ଏବେ ସୋନୁଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନେତାଙ୍କ ହୋମ୍‌ଟାଉନ୍‌ ମୋଗା (ପଞ୍ଜାବ)ର ଏକ ରାସ୍ତାର ନାମ ସୋନୁଙ୍କ ସ୍ବର୍ଗୀୟ ମା’ଙ୍କ ନାମରେ ନାମିତ କରାଯାଇଛି। ଏହା ଜଣାପଡ଼ିବା ପରେ ସୋନୁ ଭାବପ୍ରବଣ ହୋଇପଡ଼ିଛନ୍ତି। ସେ ନିଜର ଟ୍ବିଟରରେ ରାସ୍ତା ଉଦ୍‌ଘାଟନ ସମୟର କିଛି ଫଟୋ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ଏହା ହେଉଛି ମୋର ସବୁଠାରୁ ବଡ଼ ଉପଲବ୍ଧି। ମୋ ମା’ଙ୍କ ନାମରେ ଗୋଆର ଏକ ରାସ୍ତାର ନାମ ପ୍ରଫେସର ସରୋଜ ସୁଦ ରୋଡ ରଖାଯାଇଛି। ମିସ୍‌ ୟୁ ମା’ ବୋଲି ସେ ଲେଖିଛନ୍ତି। ସୋନୁଙ୍କ ଏହି ପୋଷ୍ଟପରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟ ଦେଉଛନ୍ତି।
ଅନ୍ୟ ଏକ ପୋଷ୍ଟରେ ସୋନୁ ଲେଖିଛନ୍ତି, ଏହା ହେଉଛି ସେହି ରାସ୍ତା ଯେଉଁଠାରେ ମୁଁ ସାରା ଜୀବନ ବିତାଇଛି। ଘରୁ କଲେଜ ପର୍ଯ୍ୟନ୍ତ ଏବଂ କଲେଜରୁ ଘରକୁ ଯାଇଛି। ଏହା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେବ ବୋଲି ସୋନୁ ଲେଖିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି , ଏହାକୁ ଦେଖି ମୋ’ ମା’ବାପା ସ୍ବର୍ଗରୁ ନିଶ୍ଚୟ ହସୁଥିବେ। ଏହାକୁ ଦେଖିବା ପାଇଁ ସେ ମୋ’ ପାଖରେ ଥିଲେ ଭଲ ହୋଇଥାନ୍ତା ବୋଲି ସୋନୁ ଲେଖିଛନ୍ତି।

Share