ସୋନୁ ସୁଦଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନାଁରେ ଏଫ୍‌ଆଇଆର୍ ଦିଆଯାଇଛି । ଏକ ୬ ମହଲା କୋଠାକୁ ହୋଟେଲ କରିଥିବା ଅଭିଯୋଗରେ ବିଏମ୍‌ସି ସୋନୁଙ୍କ ନାଁରେ ପୋଲିସରେ ଅଭିଯୋଗ କରିଛି । ତେବେ ସୋନୁ ତାଙ୍କର ୬ ମହଲା ରେସିଡେନସିଆଲ୍ କୋଠାକୁ ହୋଟେଲ କରିବା ପୂର୍ବରୁ କୌଣସି ଅନୁମତି ନେଇ ନ ଥିବା ଦର୍ଶାଯାଇଛି । ପୋଲିସ କହିଛି ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର୍ର ସିଜିନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଆଧାରରେ ଆକ୍ସନ ନିଆଯାଉ । ଅନ୍ୟପକ୍ଷରେ ସୋନୁ କହିଛନ୍ତି ଏଥିପାଇଁ ସେ ଅନୁମତି ନେଇଛନ୍ତି । ଏବେ ସେ କେବଳ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍ ମ୍ୟାଜେନମେଣ୍ଟ ଅଥରିଟିଙ୍କ ମଞ୍ଜୁରୀକୁ ଅପେକ୍ଷା ରଖିଛନ୍ତି । ସୂଚନାଯୋଗ୍ୟ, ପୋଲିସ ଅଭିଯୋଗ କରିଛି ସୋନୁ ଏବି ନାୟାର ରୋଡରେ ଥିବା ଶକ୍ତି ସାଗର ବିଲଡିଂକୁ ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ହୋଟେଲ ନିର୍ମାଣ ପାଇଁ ଏଠାରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି ।

Share