Categories: ଜାତୀୟ

ସାଇବର ଠକଙ୍କୁ ଚାକିରି ଦେବେ ସୋନୁ ସୁଦ୍‌

ନୂଆଦିଲ୍ଲୀ, ୭ା୪ : ନିରୀହ ଲୋକଙ୍କୁ ଠକିବା ବଦଳରେ ମୋ ପାଖକୁ ଆସ। ମୁଁ ତୁମକୁ ସମ୍ମାନଜନକ ଚାକିରି ଦେବି। ଟଙ୍କା ପାଇଁ ଲୋକଙ୍କୁ ଠକିବା ବନ୍ଦ କର। ଏହା ଦ୍ୱାରା କାହାରି ଭଲ ହେବ ନାହିଁ। କାହାକୁ ଦୁଃଖ ଦେଇ ଆପଣ ଖୁସି ହୋଇପାରିବେ ନାହିଁ ବୋଲି ସୋନୁ ସୁଦ ସାଇବର ଠକଙ୍କୁ କହିଛନ୍ତି।

କରୋନା ଯୋଗୁ ଦେଶରେ ଲକ୍‌ଡାଉନ ପରିସ୍ଥିତିରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରେ ଛାଡ଼ିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ନାମ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ ୬୦ ହଜାର ଟଙ୍କାର ଚୁନା ଲଗାଇ ଥିଲେ ଜଣେ ସାଇବର ଅପରାଧୀ। ତେଲେଙ୍ଗାନାରେ ଏ ନେଇ ଅଭିଯୋଗ ପରେ ଆଶିଷ ନାମକ ଯୁବକକୁ ଗିରଫ କରିଛି ପୋଲିସ। ଏହି ଘଟଣା ପରେ ଅଭିନେତା ସୋନୁ ଗିରଫ ହୋଇଥିବା ଯୁବକର ଫଟୋ ଶେୟାର କରି ଲେଖିଛନ୍ତି, ଠକଙ୍କ ପାଇଁ ଚେତାବନୀ। ନିରୀହ ଲୋକଙ୍କୁ ଠକିବା ବନ୍ଦ କର। ଆମେ ତୁମ ପଛରେ ଅଛୁ। ପ୍ରଥମ ଠକ୍‌ ଧରାପଡ଼ିଛି। ତୁମ ପାଳି ବି ପଡ଼ିବ।

Share