କ୍ୱାରାଣ୍ଟାଇନ୍‌ରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ସୋନୁ ସୁଦ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ନିକଟରେ କରୋନା ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ସମୟରେ ମଧ୍ୟ ସେ ନିଜ ଯନ୍ତ୍ରଣା ଭୁଲି ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ଟୁଇଟରରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ତାଙ୍କ ଯନ୍ତ୍ରଣା ବିଷୟରେ କହିଥିଲେ। ଏହାର ଜବାବରେ ସୋନୁ ଆଗାମୀ ୩୦ ମିନିଟରେ ଆଇସିୟୁ ଏବଂ ଆମ୍ବୁଲାନ୍ସ ପାଇଯିବେ ବୋଲି କହିଥିଲେ। ସୋନୁଙ୍କ ଏଭଳି ପ୍ରତିକ୍ରିୟା ଦେଖି ପ୍ରଶଂସକ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସୋନୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ, ଯଦି ଏହି ସମୟରେ କ୍ୱାରାଣ୍ଟାଇନ୍‌ ରୁହନ୍ତି ତେବେ ସେ ଲୋକଙ୍କ ଦୁଃଖ, ଯନ୍ତ୍ରଣା ଶୁଣିବା ଏବଂ ବୁଝିବା ପାଇଁ ଅଧିକ ସୁଯୋଗ ପାଇବେ।
କରୋନା ସଙ୍କଟ ସମୟରେ ସୋନୁ ସୁଦ ଲୋକଙ୍କ ମଧ୍ୟରେ ଭଗବାନ ଭାବରେ ଉଭା ହୋଇଥିଲେ। ପ୍ରବାସୀ ଶ୍ରମିକଙ୍କୁ ସେ ସହାୟତାର ହାତ ବଢାଇଥିଲେ।

Share