ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଗରିବ ଲୋକଙ୍କୁ ବାଣ୍ଟିବେ ଇ-ରିକ୍ସା

ନୂଆଦିଲ୍ଲୀ,୧୩।୧୨-ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। କୋରନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିଥିବା ସୋନୁ ବର୍ତ୍ତମାନ ନିଜର ନୂତନ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମହାମାରୀ କରୋନା ଲକ୍‌ଡାଉନ ଓ ଶଟ୍‌ଡାଉନରେ ଚାକିରି ହରାଇଥିବା ଅତି ଗରିବ ଶ୍ରେଣୀର ଲୋକଙ୍କୁ ’ନିଜେ କମାଅ ଘର ଚଳାଅ’ ଅଭିଯାନ ଜରିଆରେ’ଇ-ରିକ୍ସା’ ପ୍ରଦାନ କରିବେ ସୋନୁ ସୁଦ। ଏ ନେଇ ସୋନୁ ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଗତ କିଛି ମାସ ମଧ୍ୟରେ ଲୋକଙ୍କଠାରୁ ବହୁତ ଭଲପାଇବା ମିଳିଛି। ଯାହା ମୋତେ ସେମାନଙ୍କ ପାଇଁ କିଛି କରିବାକୁ ଉତ୍ସାହ ଯୋଗାଇଛି। ଏଥିପାଇଁ ମୁଁ ’ନିଜେ କମାଅ ଘର ଚଳାଅ’ ଅଭିଯାନ ଆରମ୍ଭ କରିଛି। ଯାହା ଫଳରେ ଲୋକମାନେ ରୋଜଗାରକ୍ଷମ ହେବା ସହିତ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବେ।

Share