ସୋନୁ ସୁଦଙ୍କର ନିର୍ମାଣ ହେଲା ମନ୍ଦିର, ଅଭିନେତା କହିଲେ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମ୍ମାନରେ ତେଲେଙ୍ଗାନା ସୀମାରେ ଆଉ ଏକ ମନ୍ଦିର ନିର୍ମାଣ କରାଯାଇଛି । ଏହାକୁ ନେଇ ଅଭିନେତା କହିଛନ୍ତି, ମୁଁ ଏଥିପାଇଁ ସମ୍ମାନବୋଧ କରୁଛି ।
ସେଲିବ୍ରିଟି ପାପରାଜି ଭିରଲ ଭୟାନିଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ସୋନୁ ସୁଦଙ୍କର ଏକ ମୂର୍ତ୍ତି ଦେଖାଯାଉଛି । ଏହା ପଛରେ ଏକ ବ୍ୟାନର ଲାଗିଛି, ଏଥିରେ ଲେଖାଯାଇଛି ଭାରତର ଅସଲି ହିରୋ ସୋନୁ ସୁଦ ମନ୍ଦିର ।
ଆଇଏଏନଏସ ସୋନୁ ସୁଦଙ୍କ ସହ ଏହି ମନ୍ଦିର ନିର୍ମାଣକୁ ନେଇ କଥା ହୋଇଛି । ସୋନୁ କହିଛନ୍ତି, ହଁ ଏବେ ଏବେ ଆଉ ଏକ ମନ୍ଦିର ନିର୍ମାଣ କରାଯାଇଥିବା ଜାଣିଲି, ଯାହା ଆନ୍ଧ୍ର ଓ ତେଲେଙ୍ଗାନା ସୀମାରେ ନିର୍ମାଣ କରାଯାଇଛି । ଏହା ହେଉଛି ଚତୁର୍ଥ ମନ୍ଦିର । ଏହା ପୂର୍ବରୁ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଚେନ୍ନାଇରେ ଗୋଟିଏ ଲେଖାଏଁ ମନ୍ଦିର ନିର୍ମାଣ କରାଯାଇଛି ।
ସୋନୁ କହିଛନ୍ତି, ବାସ୍ତବରେ ମୁଁ ସମ୍ମାନ ବୋଧ କରୁଛି ମୋ ପାଖରେ କିଛି ଶବ୍ଦ ନାହିଁ କହିବାକୁ । ବାସ୍ତବରେ ମୁଁ ଋଣି ଯେ ସତରେ ମୋ ପ୍ରତି ଦର୍ଶକଙ୍କର ଏତେ ଭଲପାଇବା ରହିଛି । ହେଲେ ମୁଁ ଆହୁରି ମଧ୍ୟ କହୁଛି ଯେ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ ।
ସୋନୁ କହିଛନ୍‌ି, ମୁଁ ସବୁବେଳେ ପୁସ୍ତକରେ ପଢୁଥିଲି କି ଖବରକୁ ନେଇ ଲୋକେ ବ୍ୟକ୍ତିଙ୍କୁ ଏତେ ଭଲପାଆନ୍ତି । କେବେ ଭାବି ନ ଥିଲି ମୋତେ ଏତେ ଭଲପାଇବା ମିଳିବ । ମୁଁ ସବୁ ବ୍ୟକ୍ତିଙ୍କୁ ଏଥିପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ସେହିମାନଙ୍କୁ କହୁଛି ଯେଉଁମାନେ ମୋର ମନ୍ଦିର ନିର୍ମାଣ କରିଛନ୍ତି, ସେମାନେ ଯଦି କିଛି ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରିପାରନ୍ତେ, ତେବ ଏହା ଆବଶ୍ୟକ ହେଉଥିବା ଲୋକଙ୍କ କାମରେ ଲାଗିପାରନ୍ତା । ଏ ଦିଗରେ ବି ଲୋକେ ଆଗେଇ ଆସନ୍ତୁ ।

Share