ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗଦେଲ ସୋନୁ

ହାଇଦ୍ରାବାଦ,୨୯ ।୯: ବଲିଉଡ୍ ଅଭିନେତା ସୋନୁ ସୁଦ ଆଜି ପ୍ରବାସୀ ଶ୍ରମିକଙ୍କ ଈଶ୍ୱର ଭାବେ ବେଶ୍ ପରିଚିତ । ଏବେ ଦେଖଇବାକୁ ମିଳିଛି ସେ ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗ ଦେଇଛନ୍ତି । ଏହି କ୍ରମରେ ସେ ରାମୋଜି ଫିଲ୍ମ ସିଟିରେ ଗଛ ଲଗାଇଛନ୍ତି । ଫିଲ୍ମ ନିର୍ଦ୍ଦେଶକ ଶ୍ରୀନୁ ଭାଇଟଲାଙ୍କ ପ୍ରେରଣା ଯୋଗେ ସୋନୁ ଏହି ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗ ଦେଇଛନ୍ତି । କୋଭିଡ ପରେ ପରିବେଶ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ବୋଲି ସେ କହିଛନ୍ତି । ଏହାସହ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି ।

Share