ମୁମ୍ବାଇ: ଚଣ୍ଡିଗଡ଼ ୟୁନିଭର୍ସିଟିର ଅଶ୍ଳିଳ ଭିଡିଓ ମାମଲା ସାମ୍ନାକୁ ଆସିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ୟୁନିଭର୍ସିଟିର ଜଣେ ଛାତ୍ର ପ୍ରାୟ ୬୦ ଜଣ ହଷ୍ଟେଲ ଛାତ୍ରୀଙ୍କ ଭିଡିଓ ଭାଇରାଲ କରିବା ପରେ ଏମାନଙ୍କ ମଧ୍ୟରୁ ୮ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ଶୁଣିବାକୁ ମିଳିଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଶେୟାର କରାଯାଉଥିବା ଦେଖାଯାଇଛି । ଏହାରି ଭିତରେ ବଲିଉଡ ଅଭିନେତା ସୋନୁ ସୁଦ ଭିଡିଓକୁ ଶେୟାର ନ କରିବା ପାଇଁ ଅପିଲ କରିଛନ୍ତି ।
ସୋନ ଟୁଇଟ କରି ଲେଖିଛନ୍ତି, ଚଣ୍ଡିଗଡ଼ ୟୁନିଭର୍ସିଟିରେ ଯାହା ହୋଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ବର୍ତ୍ତମାନ ସମୟ ହେଉଛି ଭଉଣୀମାନଙ୍କ ସହ ଠିଆ ହେବା ଓ ଏକ ଦାୟିତ୍ୱବାନ ସମାଜର ମିଶାଲ ବଜାୟ କରିବା । ଏହା ପୀଡ଼ିତଙ୍କ ପାଇଁ ନୁହେଁ ବରଂ ଆମ ପାଇଁ ପରୀକ୍ଷାର ସମୟ । ସୋନୁଙ୍କ ଏହି ଟୁଇଟକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି । ତେବେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏଭଳି ଭିଡିଓକୁ ବ୍ଲକ କରି ଦେଇଥିବା ବେଳେ କେହି କେହି ଏହାକୁ ସିଧାସଳଖ ଶେୟାର କରି ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଆତ୍ମହତ୍ୟା ଓ ମୃତ୍ୟୁ ଖବରକୁ ପୋଲିସ ଖାରଜ କରିଛି ।