ସୋନୁ ସୁଦ ଅସଲ ହିରୋ: ଭାରତୀୟ ସେନା

ମୁମ୍ବାଇ: ବଲିଉଡ ଅଭିନେତା ତଥା ଗରିବଙ୍କ ଦେବଦୂତ ସୋନୁ ସୁଦ ଭାରତୀୟ ସେନାଙ୍କ ପକ୍ଷରୁ ମିଳିଥିବା ପ୍ରଶଂସାକୁ ନେଇ ଅଭିଭୁତ ହୋଇଛନ୍ତି । ସୋନୁ ଇନଷ୍ଟାଗ୍ରାମରେ ବରଫ ଚାଦରରେ ଢାଙ୍କି ହୋଇଥିବା ପାହାଡ଼ରେ ଯବାନଙ୍କ କିଛି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ଯବାନଙ୍କ ହାତରେ ବରଫରେ ଲେଖାଯାଇଛି ରିୟଲ ହିରୋ ସୋନୁ ସୁଦ ।
ଏତେ ଭଲପାଇବାରେ ଅଭିଭୁତ ସୋନୁ ସୁଦ ଫଟୋର କ୍ୟାପଶନରେ ଲେଖିଛନ୍ତି, ହିମାଳୟରେ ଏହି ଫଟୋ ମେରା ଦିନ ବନ ଗୟା । ବିନମ୍ର, ମୋର ପ୍ରେରଣା ଭାରତୀୟ ସେନା ।
ଗରିବଙ୍କ ଦେବଦୂତ କୁହାଯାଉଥିବା ସୋନୁ ସୁଦ କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସବୁ ପ୍ରକାର ସାହାଯ୍ୟ କରି ଆସିଥିଲେ ଚର୍ଚ୍ଚାକୁ । ସେମାନଙ୍କୁ ଘରେ ପହଞ୍ଚାଇବା, ସେମାନଙ୍କ ଚିକିତ୍ସା କରାଇବା ଭଳି ଅନେକ କାମ କରି ସୋନୁ ସମସ୍ତଙ୍କ ପ୍ରିୟ ଭାଜନ ପାଲଟି ଯାଇଥିଲେ ।
୨୦୨୦ରେ ସୋନୁଙ୍କ ଏହିଭଳି କାର୍ଯ୍ୟକୁ ନେଇ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ(ୟୁଏନଡିପି) ଦ୍ୱାରା ଏସଡିଜି ସ୍ପେଶାଲ ହ୍ୟୁମାନିଟାରିଆନ ଆକ୍ସନ ଆୱାର୍ଡ ପାଇଁ ମନୋନୀତ କରାଯାଇଥିଲା ।
କୋଭିଡ ମହାମାରୀ ପରଠାରୁ ସୋନୁ କୋଟି କୋଟି ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଗରିବଙ୍କ ଏହି ଦେବଦୂତ ଆଜି ଘରେ ଘରେ ବେଶ ପରିଚିତ ।

Share