ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଭଗବାନ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏହି ସାହାଯ୍ୟ କ୍ଷେତ୍ରରେ ସେ କ୍ରମାଗତଭାବେ ଆଗେଇ ଚାଲିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସାହାର୍ଯ୍ୟ କରିବାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ବ୍ୟାପକ ହୋଇଛି। କେବଳ ଦେଶ ନୁହେଁ, ବିଦେଶରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ସୋନୁ ହାତ ବଢ଼ାଇଛନ୍ତି।
ତେବେ ପ୍ରତିଦିନ ସୋନୁଙ୍କୁ କେତେ ଲୋକ ସାହାଯ୍ୟ ପାଇଁ ସମ୍ପର୍କ କରୁଛନ୍ତି ତାର ଏକ ତଥ୍ୟ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଯେଉଁ ସଂଖ୍ୟା ସେ ଶେୟାର କରିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେଇଛି।
ସୋନୁ ଲେଖିଛନ୍ତି, ୧୧୩୭ ମେଲ, ୧୯୦୦୦ ଫେସ୍ବୁକ୍ ମେସେଜ୍, ୪୮୧୨ ଇନ୍ଷ୍ଟା ମେସେଜ୍ ରହିଛି। ଏହିସୁବ ଗୋଟିଏ ଦିନର ହେଲ୍ପ ମେସେଜ୍। ହାରାହାରି ଦେଖିବାକୁ ଗଲେ ପ୍ରତିଦିନ ମୋତେ ପ୍ରାୟ ଏତିକି ସଂଖ୍ୟାରେ ଅନୁରୋଧ ଆସୁଛି। ତେବେ ପ୍ରତେକ ଲୋକ ନିକଟରେ ପହଞ୍ଚିବା ଜଣେ ମଣିଷ ପାଇଁ ଅସମ୍ଭବ । କିନ୍ତୁ ମୁଁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।
1137. mails.
19000. fb messages
4812. Insta messages
6741. twitter messages.Today’s HELP messages.
On an average these are the number of requests I get for HELP. It is humanly impossible to reach out to everyone. I still try my best.
Apologies if I missed your message🙏— sonu sood (@SonuSood) August 20, 2020
ଏଥିସହ ସେ ଲେଖିଛନ୍ତି, ମୁଁ ଯଦି କାହାର ମେସେଜ ଦେଖିପାରୁ ନାହିଁ ତେବେ କ୍ଷମା କରିବେ ।