ଦେଶର ପ୍ରଧାନମନ୍ତ୍ରୀ ହେବେ କି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ସୋନୁ ସୁଦ

ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚିବାର ରାହା ଦେଖାଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ବଲିଉଡ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟି ସୋନୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ଦେଶକୁ ସାହାଯ୍ୟ ପାଇଁ ଆଗେଇ ଆସିଥିବା ସୋନୁଙ୍କ ନିଃସ୍ବାର୍ଥପର ସେବା ଦେଖି ସେଲିବ୍ରିଟମାନେ ତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି। ତେବେ ସୋନୁଙ୍କୁ ଏନେଇ ପଚରାଯିବାରୁ ସେ କହିଛନ୍ତି, ମୁଁ ଯେଉଁଠି ଅଛି ଠିକ୍‌ ଅଛି। ମଁୁ ସାଧାରଣ ଲୋକ ଭାବେ ଠିକ୍‌ ଅଛି। ସବୁ ଲୋକଙ୍କ ସହ ଛିଡା ହୋଇପାରୁଛି।

ନିକଟରେ ବଲିଉଡ୍‌ର ଡ୍ରାମା କୁଇନ୍‌ ଭାବରେ ପରିଚିତ ରାକ୍ଷୀ ସାୱନ୍ତ ସୋନୁ ସୁଦ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କହିଥିଲେ। ଯାହାର ଉତ୍ତରରେ ସୋନୁ କହିଛନ୍ତି, ସମସ୍ତେ ଏହି ସମୟରେ ସମସ୍ତଙ୍କୁ ଆବଶ୍ୟକ କରୁଛନ୍ତି। ମୁଁ ଜାଣେ ନାହିଁ ମୁଁ ନିଜକୁ କିପରି ନିୟୋଜିତ କରେ। ମୁଁ ପ୍ରାୟ ୨୨ ଘଣ୍ଟା ଫୋନରେ ରହେ। ଆମେ ୪୦ହଜାରରୁ ୫୦ ହଜାର ସାହାଯ୍ୟ ପାଇଁ ଏକ ଅନୁରୋଧ ପାଇଥାଉ। ଏହା ବ୍ୟତୀତ ସୋନୁ ସୁଦ ବିଦେଶୀ କମ୍ପାନୀଗୁଡିକ ସହିତ ଦେଶରେ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ କାର୍ଯ୍ୟ କରୁଛନ୍ତି। ସେ ଚାଇନା, ଫ୍ରାନ୍ସ ଏବଂ ତାଇୱାନର କମ୍ପାନୀଗୁଡିକ ସହିତ ଭାରତରେ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ କାମ କରୁଛନ୍ତି, ତେଣୁ ଯଦି କରୋନାର ତୃତୀୟ ଲହର ଆସେ, ସେଥିପାଇଁ ଆମେ ଆଗରୁ ପ୍ରସ୍ତୁତ ହୋଇଯିବା ବୋଲି ସେ କହିଛନ୍ତି।

Share