ରାଜନୀତିକୁ ଆସିବାକୁ ନେଇ ଏପରି କହିଲେ ସୋନୁ ସୁଦ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପରୋପକାର କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ଆରମ୍ଭରେ ସେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ସହ ଅନ୍ୟ ଅସହାୟଙ୍କ ପାଇଁ ଅନେକ ପ୍ରକାରର ସାହାଯ୍ୟ କରିଛନ୍ତି। ସେହି ଦିନଠାରୁ ତାଙ୍କର ପରୋପକାର କାମ ଜାରି ରହିଛି। ତେବେ ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ଯୋଜନା ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଜଣେ ଅଭିନେତା ଭାବେ ମୋର ହାତ ପୂର୍ଣ୍ଣ ରହିଛି। ଏଥିସହ ମୁଁ ଅନେକ ଚାରିଟିରେ କାମ କରୁଛି। ଏଥିପାଇଁ ବହୁତ ସମୟ ଲାଗିଥାଏ ଏବଂ ଧ୍ୟାନ ଦେବାକୁ ମଧ୍ୟ ପଡ଼ିଥାଏ। ତେଣୁ ଏବେ ରାଜନୀତିରେ ମୋର ସ୍ଥାନ ନାହିଁ। କିନ୍ତୁ ୧୦ ବର୍ଷ ପରେ ଭାଗ୍ୟ ମୋ ପାଇଁ କ’ଣ ଲେଖିଛି ତାହା ମୁଁ ଜାଣି ନାହିଁ ବୋଲି ସୋନୁ କହିଛନ୍ତି।

Share