ଚଣ୍ଡିଗଡ଼,୧୦ ।୧: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚର ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ସେ କଂଗ୍ରେସରେ ଯୋଗ ଦେବେ ବୋଲି ଅଫିସିୟାଲି ଘୋଷଣା କରାଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ ମାଳବିକା ପଞ୍ଜାବର ମୋଗା ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ହରିଶ ଚୌଧୁରୀ ମୋଗା ଯାଇ ମାଳବିକାଙ୍କୁ ଦଳରେ ସାମିଲ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଅଭିନେତା ସୋନୁ ସୁଦ ବି ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ମୋଗା ଆସନରୁ ଗତଥର ହରଜୋତ କମଲ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏଥର ମାଳବିକା ଆସିବା ପରେ ହରଜୋତଙ୍କ ଟିକେଟ କଟିଯାଇଛି । ଏହାକୁ ନେଇ ହରଜୋତ ତାଙ୍କ ସମର୍ଥକଙ୍କ ସହ ଏକ ବୈଠକ କରିଛନ୍ତି । ଅନୁମାନ କରାଯାଉଛି କି ସେ ଏଥିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିପାରନ୍ତି ।