୪ଶହ ଶ୍ରମିକଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତା ହେଉଛନ୍ତି ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ପାଦେ ଆଗକୁ ଯାଇ ୪ଶହ ଶ୍ରମିକଙ୍କ ପରିବାରକୁ ଆର୍ଥୀକ ସହାୟତା ପାଇଁ ଅଣ୍ଟାଭିଡିଛନ୍ତି। ଳକ୍‌ଡାଉନ୍‌ ସମୟରେ ଅନେକ ଶ୍ରମିକ ଚାଲିଚାଲି ଘରକୁ ଫେରିଛନ୍ତି। ଏହି ସମୟରେ ଅନେକ ଅସୁସ୍ଥ ହୋଇପଡ଼ିଥିବା ବେଳେ ଆଉ କେତେକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏପରି ୪ଶହ ଶ୍ରମିକଙ୍କ ପରିବାର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ଏବଂ ତାଙ୍କ ଟିମ୍‌। ଏଥିସହ ସେମାନଙ୍କ ପିଲାମାନଙ୍କର ପାଠୟପଢ଼ାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବେ। ଏ ନେଇ ସୋନୁ କୁହନ୍ତି, ଯେଉଁ ପ୍ରବାସୀମାନେ ଘରକୁ ଫେରିବା ସମୟରେ ଅସୁସ୍ଥ ହୋଇପଡ଼ିଛନ୍ତ ବା ଯେଉଁମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ଦାୟିତ୍ୱ ନେବା ମୋର କର୍ତ୍ତବ୍ୟ। ଏଥିପାଇଁ ସୋନୁ ଶ୍ରମିକଙ୍କର ଏକ ତାଲିକା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେ ଝାରଖଣ୍ଡ, ଉତ୍ତରପ୍ରଦେଶ ଏବଂ ବିହାରର ଶ୍ରମିକଙ୍କ ସହ ସମ୍ପର୍କ ମଧ୍ୟ କରୁଥିବା ଜଣାପଡ଼ିଛି କରୁଛନ୍ତି।
ପ୍ରକାଶ ଯେ, ଲକ୍‌ଡାଉନ୍‌ ସମୟରେ ସୋନୁ ସୋନୁ ବସ୍‌, ଟ୍ରେନ୍‌ ଏବଂ ଫ୍ଲାଇଟ୍‌ର ବନ୍ଦୋବ୍ୟସ୍ତ କରି ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇଛନ୍ତି। ଟୁଇଟର ଯୋଗେ ଏବେ ବି ସୋନୁ ଲୋକଙ୍କୁ ସହଯୋଗ କରୁଛନ୍ତି। କିଛି ଦିନ ପୂର୍ବେ ସେ ଏକ ହେଲିକପ୍ଟର ନମ୍ବର ମଧ୍ୟ ଜାରି କରିଥିଲେ।

Share