ଦେଶରେ କରୋନା ମହାମାରୀ ବ୍ୟାପିବା ଦିନରୁ ଅଭିନେତା ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଆଜି ସମଗ୍ର ଦେଶ ତାଙ୍କୁ ପ୍ରକୃତ ହିରୋ ପରି ଦେଖୁଛି। ସେ ନିଃସ୍ବାର୍ଥପର ଭାବରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ହଜାର ହଜାର ଅଭାବୀ ଲୋକ ତାଙ୍କ ସହ ଯୋଗାଯୋଗ କରନ୍ତି। ସେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ କିଛି ଲୋକ ତାଙ୍କଠାରୁ ଅଜବ ଦାବି କରନ୍ତି। ନିକଟରେ ସେମିତି ଜଣେ ପ୍ରଶଂସକ ଟଙ୍କା ଦାବି କରିଥିଲେ। ଅଗଷ୍ଟ ୨୩ ଜଣେ ପ୍ରଶଂସକ ସୋନୁଙ୍କୁ ଏକ କୋଟି ଟଙ୍କା ମାଗିଥିଲେ ଏବଂ ଅନ୍ୟ ଜଣେ ପ୍ରଶଂସକ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଏକ ଭୂମିକା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଜଣେ ଟୁଇଟର୍ ବ୍ୟବହାରକାରୀ ସୋନୁଙ୍କୁ ଲେଖିଛନ୍ତି, ସାର୍ ୧ କୋଟି ଟଙ୍କା ଦିଅନ୍ତୁ। ଏହି ଟୁଇଟ୍ରେ ସୋନୁ ଏକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, କେବଳ ୧ କୋଟି? ଟିକିଏ ଅଧିକ ମାଗିଥାନ୍ତେ। ଅନ୍ୟ ଜଣେ ୟୁଜର୍ସ ପଚାରିଥିଲେ, ସୋନୁ ସୁଦ ସାର୍, ତୁମେ ତୁମର ପରବର୍ତ୍ତୀ ଚଳଚ୍ଚିତ୍ରରେ ମୋତେ ଏକ ଭୂମିକା ଦେବ କି? ସୋନୁ ତାଙ୍କୁ ପ୍ରକୃତ ଜୀବନରେ ହିରୋ ହେବାକୁ କହିଥିଲେ ଏବଂ କାହାକୁ ସାହାଯ୍ୟ କର, ତା’ଠାରୁ ବଡ଼ ଭୂମିକା କେଉଁଠି ନାହିଁ। ଅତୀତରେ ଲୋକମାନେ ସୋନୁଙ୍କଠାରୁ ଅଜବ ଦାବି କରିଆସୁଥିଲେ। ଲୋକମାନେ ତାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ, ମାଲଦ୍ୱୀପ ଯାତ୍ରା, କାର, ଉନ୍ନତ ଇଣ୍ଟରନେଟ ସ୍ପିଡ ଏବଂ ଏକ ଆଇଫୋନ ମାଗିଥିଲେ। ଏହାର ଜବାବରେ ସୋନୁ ସେମାନଙ୍କୁ ମଜାଳିଆ ଉତ୍ତର ଦେଇଥିଲେ।