୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ସୋନୁ ସୁଦ: ଜାଣନ୍ତୁ କେମିତି

ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଗରିବ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ବୋଲି ଘୋଷଣା କରିଛନ୍ତି। ସୋନୁ ସୁଦ ଟୁଇଟରରେ ନିଜର ଏହି ଉଚ୍ଚାଭିଳାଷୀ ଯୋଜନା ଶେୟାର କରିଛନ୍ତି। ସେ ଦେଶର ୧ ଲକ୍ଷ ବେକାର ଲୋକଙ୍କୁ କିପରି ଚାକିରି ଦେବେ ସେ ନେଇ କହିଛନ୍ତି। ସୋନୁ ସୁଦଙ୍କ ଏହି ଘୋଷଣା ପରେ ତାଙ୍କୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି। ସେ ଟୁଇଟ୍‌ରେ ଲେଖିଛନ୍ତି- ‘ନୂଆ ବର୍ଷ, ନୂଆ ଆଶା। ନୂତନ ଚାକିରିର ସୁଯୋଗ ଏବଂ ସେହି ସୁଯୋଗଗୁଡ଼ିକୁ ତୁମର ନିକଟତର କର। ବିଦେଶରେ ରୋଜଗାର ପ୍ରବାସୀ ରୋଜଗାର ଏବେ ଗୁଡ୍‌ ଓ୍ବାର୍କର। ଆଜି ଗୁଡ ୱାକର୍ର୍‌ ଆପ ଡାଉନଲୋଡ କରନ୍ତୁ ଏବଂ ଆସନ୍ତାକାଲି ଭଲ ହେବ ବୋଲି ଆଶା କରୁଛି ବୋଲି ସୋନୁ କହିଛନ୍ତି। ଏହା ସହିତ ସୋନୁ ମଧ୍ୟ ଏହି ଆପ ଡାଉନଲୋଡ କରିବାକୁ ଏକ ଲିଙ୍କ ଶେୟାର କରିଛନ୍ତି। ସୋନୁ ସୁଦଙ୍କ ଅନୁଯାୟୀ, ଏହି ଆପ ମାଧ୍ୟମରେ ସେ ୧୦ କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି। ସୋନୁ ସୁଦଙ୍କ ଏହି ଟୁଇଟ ଦେଖିବା ପରେ ଚାକିରି ଖୋଜୁଥିବା ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଯାଇଛି। ଅନେକ ୟୁଜର୍ସ ସୋନୁ ସୁଦଙ୍କ ଏହି ସାହସିକ ପଦକ୍ଷେପକୁ ମନ୍ତବ୍ୟ ଏବଂ ପ୍ରଶଂସା କରିଛନ୍ତି।

Share