Categories: ଜାତୀୟ

୨ଟି ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିବେ ସୋନୁ ସୁଦ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଆନ୍ଧ୍ରପ୍ରଦେଶର ନେଲୁରସ୍ଥିତ ୨ଟି ହସ୍ପିଟାଲରେ ନିଜ ଖର୍ଚ୍ଚରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍‌ରେ ଆନ୍ଧ୍ରପ୍ରଦେଶର କୁର୍ନୁଲ ସରକାରୀ ହସ୍ପିଟାଲ ଏବଂ ନେଲୁର ଆତ୍ମକୁର ଜିଲା ହସ୍ପିଟାଲରେ ଏହି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟର ଗ୍ରାମାଞ୍ଚଳରେ ଅକ୍ସିଜେନ ପ୍ଲାଣ୍ଟ କରିବା ପାଇଁ ଯୋଜନା ରହିଥିବା ସୋନୁ ସୁଦ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ବର୍ତ୍ତମାନ ଗ୍ରାମାଞ୍ଚଳକୁ ସହାୟତା କରିବାର ସମୟ ଆସିଛି ବୋଲି ସୋନୁ ସୁଦ୍‌ ପ୍ରକାଶ କରିଛନ୍ତି। କରୋନା ମହାମାରୀ ଆରମ୍ଭରୁ ସେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା ସହ ଲୋକଙ୍କୁ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ।

Share