ଭୟ ନ କରି ସତର୍କ ରହିବାକୁ କହିଲେ ସୋନୁ ସୁଦ

ମୁମ୍ବାଇ: କରୋନାର ନୂଆ ସଂକ୍ରମଣକୁ ନେଇ ଦେଶରେ ପୁଣି ଥରେ ଆତଙ୍କ ଖେଳିଯାଇଛି। କରୋନାକୁ ରୋକିବା ପାଇଁ ସରକାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ସମୟରେ ଅଭିନେତା ସୋନୁ ସୁଦ ପୁଣି ଥରେ କରୋନାକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଅଭିନେତା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଟୁଇଟ୍‌ରରେ ଏକ ପୋଷ୍ଟ ଶେୟାର ସେ କହିଛନ୍ତି ଯଦି କୌଣସି ଆବଶ୍ୟକତା ଥାଏ ତେବେ ଲୋକେ ତାଙ୍କ ପୁରୁଣା ନମ୍ବରକୁ କଲ କରିପାରିବେ। କରୋନାଙ୍କୁ ଭୟ କର ନାହିଁ, ସାବଧାନ ରୁହ,
ଈଶ୍ୱର କରନ୍ତୁ ମୋର ଜରୁରୀ ନ ପଡେ। ଯଦି ଆବଶ୍ୟକତା ପଡେ ପୁରୁଣା ନମ୍ବରକୁ କଲ୍‌ କରିବାକୁ ଅଭିନେତା କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତା କହିଛନ୍ତ, ସେ ତାଙ୍କ ଟିମ ସହିତ ଏକ ବୈଠକ କରିଛନ୍ତି ଏବଂ ସଦସ୍ୟମାନଙ୍କୁ କହିଥିଲେ ଯେ ଯଦି ପରିସ୍ଥିତି ଅଧିକ ଖରାପ ହୁଏ, ତେବେ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରୁହନ୍ତୁ।
୨୦୨୦ରେ କରୋନା କାରଣରୁ ଦେଶରେ ଲକଡାଉନ ଘୋଷଣା କରାଯିବା ପରେ ସୋନୁ ସୁଦ ଏବଂ ତାଙ୍କ ଟିମ୍‌ ମୁମ୍ବାଇରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ସାହାଯ୍ୟରେ ଲକ୍ଷ ଲକ୍ଷ ଶ୍ରମିକ ନିରାପଦରେ ସେମାନଙ୍କ ଘରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ୨୦୨୧ରେ ମଧ୍ୟ ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିଥିଲେ।

Share