କରୋନା ମହାମାରୀ ସମୟରେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶ୍ରମିକ। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇଥିଲେ। ସେ ଶ୍ରମିକମାନଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଥିଲେ। ଏହାପରଠାରୁ ସୋନୁ ଏବେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସୋସିଆଲ ମିଡିଆରେ ଜରିଆରେ ଯିଏ ସୋନୁଙ୍କୁ ସାହାଯ୍ୟ ମାଗନ୍ତି, ସେ ତାଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ହେଳା କରନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ସୋନୁଙ୍କୁ ଭଗବାନଙ୍କ ମାନ୍ୟତା ଦେବା ଆରମ୍ଭ କରି ଦେଇଛନ୍ତି। ଦୁର୍ଗାପୂଜାର ଶୁଭ ଅବସରରେ କୋଲକତାର ଏକ ଦୁର୍ଗା ପୂଜା କମିଟି ସୋନୁ ସୁଦଙ୍କ ଏକ ପ୍ରତିମା କରିଛି। ଏହା ଦେଖି ସୋନୁ ଏକ ଟୁଇଟ ଜରିଆରେ କୃତଜ୍ଞତା ଜଣାଇଛନ୍ତ। ସେ କହିଛନ୍ତି ଯେ ଏହା ଜୀବନର ସବୁଠାରୁ ବଡ ପୁରସ୍କାର।
ଚଳିତ ବର୍ଷ ପ୍ରଫୁଲ୍ଲା କନ୍ନନ ୱେଲଫେୟାର ଆସୋସିଏସନ ନାମକ ପୂଜା କମିଟି ଦ୍ୱାରା ‘ପ୍ରବାସୀ ଶ୍ରମିକ’ ବିଷୟବସ୍ତୁ ଉପରେ ଆଧାରିତ ଏକ ପେଣ୍ଡାଲ ପ୍ରସ୍ତୁତ କରାଯାଇଛି। ଏହି ସମୟ ମଧ୍ୟରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିବାରୁ ସୋନୁ ସୁଦଙ୍କୁ ସମ୍ମାନ ଜଣାଇବା ସହ ପେଣ୍ଡାଲରେ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ରଖାଯାଇଛି।