ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍‌ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ ସୁଦ ବେଆଇନ ଭାବେ ଏକ ହୋଟେଲ ନିର୍ମାଣ କରିଥିବା ଅଭିଯୋଗ କରି ବିଏମ୍‌ସି ସୋନୁଙ୍କୁ ନୋଟିସ ପଠାଇଥିଲା । ବୁଧବାର ବମ୍ବେ ହାଇକୋର୍ଟରେ ଏହାର ଶୁଣାଣି କରାଯିବ । ଏହା ପୂର୍ବରୁ ସେ ଶରଦ ପାୱାରଙ୍କୁ ଭେଟିଛନ୍ତି । ସୋନୁ ଜୁହୁରେ ଏକ ୩ ମହଲା କୋଠାକୁ ହୋଟେଲରେ ପରିଣତ କରିବା ବେଆଇନ ଦର୍ଶାଇ ବିଏମ୍‌ସି ନୋଟିସ ଜାରି କରିଥିଲା । ଏହାପରେ ସୋନୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଅଭିନେତା ସୋନୁ ସୁଦ ନିକଟରେ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ଚଚ୍ଚ;ାକୁ ଆସିଥିବା ବେଳେ ଏବେ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ନେଇ ତାଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଛନ୍ତି ।

Share