ଦୁଗ୍ଧଚାଷୀଙ୍କୁ ବସାଇ ଟ୍ରଲି ଟାଣିଲେ ସୋନୁ ସୁଦ, କହିଲେ…

ମୁମ୍ବାଇ: ସୋନୁ ସୁଦ ବଲିଉଡ୍‌ର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଯିଏ କି କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସୋନୁ କରୋନା ମହାମାରୀ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଗରିବ ତଥା ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏଥି ସହିତ ସୋନୁ ମଧ୍ୟ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ବେଳେବେଳେ କିଛି ମଜାଳିଆ କାମ କରିଥା’ନ୍ତି। ବର୍ତ୍ତମାନ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ଖୁବ୍‌ ଭାଇରାଲ ହେଉଛି।

ସୋନୁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ତାଙ୍କ ପ୍ରଶଂସକଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିବାକୁ ସ୍ବତନ୍ତ୍ର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଜଣେ ଦୁଗ୍ଧଚାଷୀଙ୍କୁ ଟ୍ରଲିରେ ବସାଇ ଚଳାଉଥିବାର ନଜର ଆସିଛନ୍ତି। ଗୋରୁଙ୍କ ପାଇଁ ଘାସ ମଧ୍ୟ ଏହି ଟ୍ରଲିରେ ଥିବା ଦେଖିବାକୁ ମିଳିଛି। ଏହି ଦୁଗ୍ଧଚାଷୀଙ୍କ ନାମ କମଲ କୁମାର।

ଭିଡିଓଟିକୁ ସୋନୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓରେ ସୋନୁ ଏକ କଳା ପ୍ୟାଣ୍ଟ ଏବଂ ନୀଳ ଶର୍ଟରେ ନଜର ଆସିଛନ୍ତି। ଭିଡିଓରେ ସେ ଦୁଗ୍ଧଚାଷୀଙ୍କୁ ପଚାରିଛନ୍ତି ଯେ, ସେ ତାଙ୍କୁ କେତେ ଟଙ୍କାରେ କ୍ଷୀର ଦେବେ, ତେବେ ଦୁଗ୍ଧଚାଷୀ ୫୦ ଟଙ୍କାରେ ଦେବେ ବୋଲି କୁହନ୍ତି। ପରେ ସୋନୁ କହିଛନ୍ତି, ସେ ଏତେ କଷ୍ଟ କରି ଟ୍ରଲି ଟାଣିଲେ ତାଙ୍କୁ ରିହାତିରେ ଟିକେ ମିଳିବନି। ଏହା ଶୁଣି ଦୁଗ୍ଧଚାଷୀ ତାଙ୍କୁ ରିହାତି ଦେବାକୁ ମନା କରିଦେଇଛନ୍ତି।

ସୋନୁଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭେଟେରାନ ଅଭିନେତାଙ୍କ ପ୍ରଶଂସକ ଏବଂ ସମସ୍ତ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। ଏହା ସହିତ ୟୁଜରମାନେ ବେଶ୍‌ ମଜାଳିଆ କମେଣ୍ଟ ଦେବା ସହ ସୋନଙ୍କୁ ବହୁତ ପ୍ରଶଂସା କରିଛନ୍ତି।

Share