ନୂଆଦିଲ୍ଲୀ,୨୨।୭: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ବଡ଼ ସେକ୍ସ ର଼୍ୟାକେଟ ଚଳାଉଥିବା କୁଖ୍ୟାତ ଗୀତା ଅରୋରା ଅରଫ୍ ସୋନୁ ପଞ୍ଜାଓ୍ବନଙ୍କୁ ଦିଲ୍ଲୀ ଦ୍ୱାରକା କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର କୋର୍ଟ ସାନୁଙ୍କୁ ୨୪ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ତାଙ୍କ ସହଯୋଗୀ ସନ୍ଦୀପଙ୍କୁ ୨୦ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନାବାଳିକାଙ୍କୁ ଜବରଦସ୍ତି ଦେହ ବ୍ୟବସାୟରେ ସାମିଲ କରିବା ଓ ଅପହରଣ ଅଭିଯୋଗରେ ଦ୍ୱାରକା କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଏଭଳି ଶୁଣାଣି କରିଛନ୍ତି।