Categories: ଜାତୀୟ

ରାଜନୀତି ମୈଦାନକୁ ଓହ୍ଲାଇବେ ସୋନୁ!

ମୋଗା,୩।୧: ରୂପେଲି ପରଦାରେ ଏକ ଛାପ ଛାଡିଥିବା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ମଞ୍ଚରେ ପାଦ ଦେବାକୁ ଯାଉଛନ୍ତି। ଆସନ୍ତା ୧୦ଦିନ ମଧ୍ୟରେ ସୋନୁ ତାଙ୍କ ଦଳ ଘୋଷଣା କରିବେ। ରାଜନୀତିରେ ପ୍ରବେଶ କରିବା ବିଷୟରେ ସେ ନିଜେ ସୂଚନା ଦେଇଛନ୍ତି। ଜାନୁଆରୀ ୨ରେ ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶରେ ସୋନୁ ସୁଦ ଯୋଗଦେବେ ବୋଲି ଆଲୋଚନା ଜୋର ଧରିଥିଲା। ଏନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି କଥା ଗୁଡ଼ିକରେ କୌଣସି ସତ୍ୟତା ନାହିଁ, ଏହା କେବଳ ଗୁଜବ। ସୋନୁ ସୁଦ ଜାନୁଆରୀ ୪ରେ ଗରିବ ଝିଅ ଏବଂ ଆଶା କର୍ମୀମାନଙ୍କୁ ୧ ହଜାର ସାଇକେଲ୍‌ ବଣ୍ଟନ କରିବ। ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୋନୁ ସୁଦଙ୍କ ଭଉଣୀ ମାଲବିକା ଘୋଷଣା କରିସାରିଛନ୍ତି।
କରୋନା ମହାମାରୀ ସମୟରେ ଅସହାୟ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିଥିବାରୁ ସୋନୁ ସୁଦଙ୍କୁ ବହୁତ ପ୍ରଶଂସା କରାଯାଇଥିଲା।

Share