Categories: ବାଣିଜ୍ୟ

ସୋନି ବ୍ରାଭିଆ ୩ ଟିଭି ସିରିଜ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଭିଆ ୩ ସିରିଜ୍‌ ଟିଭିକୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହି ସିରିଜ୍‌ରେ ଆକର୍ଷଣୀୟ ଡିଜାଇନ, ଅତୁଳନୀୟ ଛବିର ମାନ, ଉନ୍ନତ ସାଉଣ୍ଡ ଓ ବଳିଷ୍ଠ ୟୁଜର ଇଣ୍ଟରଫେସ୍‌ ଭଳି ଫିଚର ସାମିଲ ରହିଛି। ସେହିଭଳି ନୂଆ ବ୍ରାଭିଆ ୩ ଟିଭି ସିରିଜ୍‌ ୪୩ ଇଞ୍ଚ, ୫୦ଇଞ୍ଚ, ୫୫ ଇଞ୍ଚ, ୬୫ ଇଞ୍ଚ, ୭୫ ଇଞ୍ଚ ଓ ୮୫ ଇଞ୍ଚରେ ଉପଲବ୍ଧ ହେଉଥିଲାବେଳେ ଏଥିରେ ୪କେ ଏଚ୍‌ଡିଆର୍‌ ଏକ୍ସ୧ ପ୍ରୋସେସର ରହିଛି, ଯାହା ଉନ୍ନତ ଆଲଗୋରିଦମ୍‌ ସହ ଛବିର ମାନ ବଢ଼ାଇବା ସହିତ ଏହାର ୪କେ ଏକ୍ସ-ରିଅଲିଟି ପିଆର୍‌ଓ ଜରିଆରେ ଅଣ-୪କେ ଭିଡିଓଗୁଡ଼ିକୁ ୪କେ ଭଳି ଉପସ୍ଥାପନ କରୁଛି। ଏପରିକି ଟ୍ରିଲୁମିନସ୍‌ ପ୍ରୋ ସହିତ ଏହା ଜୀବନ୍ତ ରଙ୍ଗ ପ୍ରଦାନ କରୁଛି, ଚମତ୍କାର କଣ୍ଟ୍ରାଷ୍ଟ ଏନ୍‌ହାନ୍‌ସର୍‌ ସହ ଏହା କଣ୍ଟ୍ରାଷ୍ଟ୍‌ରେ ମଧ୍ୟ ଉନ୍ନତି ଆଣୁଛି। ଏଥିରେ ଥିବା ଟ୍ରିଲୁମିନସ୍‌ ପ୍ରୋ ଡିସ୍‌ପ୍ଲେ ଠିକ୍‌ ରଙ୍ଗ ଓ ସମୃଦ୍ଧତା ସହ ଅଧିକ ପ୍ରାକୃତିକ ଛବି ଉପସ୍ଥାପନ କରୁଛି।

Share