Categories: ବାଣିଜ୍ୟ

ସୋନି ବ୍ରାଭିଆର ଏକ୍ସ୭୦ଏଲ୍‌ ଟେଲିଭିଜନ ସିରିଜ

ଭୁବନେଶ୍ୱର,୨୬।୫: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସୋନିର ନ୍ୟୁ ବ୍ରାଭିଆ ଏକ୍ସ୭୦ଏଲ୍‌ ଟେଲିଭିଜନ ସିରିଜ୍‌କୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍‌ପ୍ଲେ ଥିବା ନୂଆ ବ୍ରାଭିଆ ଏକ୍ସ୭୦ଏଲ୍‌ ଟେଲିଭିଜନ ସିରିଜର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ ଏକ୍ସ୭୦ଏଲ୍‌ ସହିତ ସ୍ମାର୍ଟ ମନୋରଞ୍ଜନ ସୁବିଧା ଏବଂ ସୁନ୍ଦର ରଙ୍ଗ ଓ ଅତୁଲ୍ୟ ୪କେ ସ୍ପଷ୍ଟତା ତଥା ସ୍ପଷ୍ଟ ସାଉଣ୍ଡ୍‌ ସହିତ ସିନେମାକୁ ଉପଭୋକ୍ତା ଉପଭୋଗ କରିପାରିବେ। ସେହିଭଳି ସୋନି ଏକ୍ସ୭୦ଏଲ୍‌ ଟିଭିରେ ଥିବା ଏକ୍ସ୧ ୪କେ ପ୍ରୋସେସର ଓ ଲାଇଭ୍‌ କଲର ପ୍ରଯୁକ୍ତି ଜରିଆରେ ଜୀବନ୍ତ ଭଳି ରଙ୍ଗ, କଣ୍ଟ୍ରାଷ୍ଟ ଓ ସୂକ୍ଷ୍ମ ବିବରଣୀ ଏବଂ ଏକ୍ସ-ରିଅଲିଟି ପିଆର୍‌ଓ ଓ ମୋସନ ଫ୍ଲୋ ଏକ୍ସଆର୍‌ ଜରିଆରେ ୪କେ ମାନର ଛବିକୁ ଉପଭୋଗ କରିପାରିବେ। ସେହିପରି ଡଲ୍‌ବି ଅଡିଓ ସହିତ ଚମତ୍କାର ବାସ୍‌, ଶକ୍ତି ଓ ପ୍ରାକୃତିକ ସାଉଣ୍ଡ୍‌ ଓ କ୍ଲିୟର ଫେଜ୍‌ ପ୍ରଯୁକ୍ତି ଏବଂ ଏକ୍ସ୭୦ଏଲ୍‌ ସିରିଜି୍‌ରେ ଗୁଗଲ୍‌ ଟିଭି ରହିଛି, ଯାହା ୧୦,୦୦୦ ରୁ ଅଧିକ ଆପ୍‌ ଏବଂ ଗେମ୍‌ ସହିତ ୭,୦୦,୦୦୦ରୁ ଅଧିକ ସିନେମା ଏବଂ ଟେଲିଭିଜନ ସିରିଜ୍‌ରେ ଅସୀମିତ ମନୋରଞ୍ଜନ ସହ ସ୍ମାର୍ଟ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରୁଛି। ଏପରିକି ଆପଲ୍‌ ଏୟାରପ୍ଲେ ଓ ହୋମ୍‌କିଟ୍‌ ସହିତ ଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି।

Share