Categories: ବାଣିଜ୍ୟ

ସୋନି ବ୍ରାଭିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୧୨।୯: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜ୍‌ ଏ୯୭ଏଲ୍‌ ଓଏଲ୍‌ଇଡି ୬୫ ଏବଂ ୫୫ ଇଞ୍ଚର ଦୁଇଟି ସ୍କ୍ରିନ୍‌ରେ ଉପଲବ୍ଧ। ଏପରିକି କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ ସହ ନୂଆ ଓଏଲ୍‌ଇଡି ପ୍ୟାନେଲ୍‌ ଥିବା ବ୍ରାଭିଆ ଏକ୍ସଆର୍‌ ମାଷ୍ଟର୍‌କୁ କମ୍ପାନୀ ପକ୍ଷରୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ସୋନି ବ୍ରାଭିଆ ଏକ୍ସଆର୍‌ ପ୍ରୋସେସର ମଣିଷ ଦେଖି-ଶୁଣିଲା ଭଳି ପ୍ରା୍ରକୃତିକ ଅନୁଭୂତିକୁ ଉପସ୍ଥାପନ କରିବାର କ୍ଷମତା ରହିଛି, କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ରେ ୪କେ ମାନର ଛବି ପ୍ରଦାନ କରୁଛି। ଏପରିକି ବ୍ରାଭିଆ ଏକ୍ସଆର୍‌ ଓଏଲ୍‌ଇଡି ଏ୯୫ଏଲ୍‌ ଟିଭିରେ ଏକ୍ସଆର୍‌ ଓଏଲ୍‌ଇଡି କଣ୍ଟ୍ରାଷ୍ଟ ପ୍ରୋ ଯାହା ଜରିଆରେ ଓଏଲ୍‌ଇଡି ପ୍ୟାନେଲ ପ୍ରକୃତ କଣ୍ଟ୍ରାଷ୍ଟ, ଉଜ୍ଜ୍ୱଳ ରଙ୍ଗ ଓ ବିଶୁଦ୍ଧ କଳା ପ୍ରଦାନ କରିବ। ବିଶେଷକରି ତାପମାତ୍ରା ଜାଣିବା ଲାଗି ଏଥିରେ ସେନ୍‌ସର ରହିଛି, ଯାହା ସ୍କ୍ରିନ୍‌ର ତାପମାତ୍ରାକୁ ହ୍ରାସ କରି ଆଲୋକକୁ ନିୟନ୍ତ୍ରଣ କରିବା ସହ ୨୦୦% ପର୍ଯ୍ୟନ୍ତ ବ୍ରାଇଟ୍‌ନେସ୍‌ ପ୍ରଦାନ କରିବ। ଟିଭିର ଏକ୍ସଆର୍‌ ଟ୍ରିଲୁମିନସ୍‌ ମ୍ୟାକ୍ସ ବ୍ୟାପକ ରଙ୍ଗ ପାଲେଟ୍‌ ପ୍ରଦାନ କରୁଛି,ଏ୯୫ଏଲ୍‌ ଓଏଲ୍‌ଇଡି ଟିଭି ଏଚ୍‌ଡିଏମ୍‌ାଇ ୨.୧ରେ କାର୍ଯ୍ୟ କରିବ ଏବଂ ଏଥିରେ ୪କେ ୧୨୦ ଏଫ୍‌ପିଏସ୍‌, ଭାରିଏବଲ୍‌ ରିଫ୍ରେସ୍‌ ରେଟ୍‌, ଅଟୋ ଲୋ ଲାଟେନ୍‌ସି ମୋଡ୍‌, ଅଟୋ ଏଚ୍‌ଡିଆର୍‌ ଟୋନ୍‌ ଅଟୋ ଗେମ୍‌ ମୋଡ୍‌ ଯାହା ସୁଟିଂ ଏବଂ ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ାର ପ୍ରକୃତ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ। ଏଥିରେ ଡଲ୍‌ବି ଭିଜନ, ଡଲ୍‌ବି ଆଟମସ୍‌, ଆକୋଷ୍ଟିକ୍‌ ସରଫେସ୍‌ ଅଡିଓ ଓ ଗୁଗୁଲ୍‌ ଟିଭି ସୁବିଧା ରହିଛି।

Share