Categories: Uncategorized

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସନିଙ୍କ ‘କେନେଡି’

ମୁମ୍ବାଇ:
ବଲିଉଡ୍‌ ଅଭିନେତ୍ରୀ ସନି ଲେଓନ୍‌ଙ୍କ ଅଭିନୀତ ଫିଲ୍ମ ‘କେନେଡି’କୁ ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ଚୟନ କରାଯାଇଛି। ଶୁକ୍ରବାର ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏଥିରେ ସନି ଲେଓନ୍‌ ଏବଂ ରାହୁଲ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କେନେଡିରେ ସନି ଜଣେ ଧନୀ ମହିଳାଙ୍କ ଚରିତ୍ରରେ ଦେଖିବାକୁ ମିଳିବେ। ଫିଲ୍ମରେ ରାହୁଲଙ୍କ ଭୂମିକା ସ୍ପଷ୍ଟ ହୋଇପାରି ନାହିଁ। କେନେଡିର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରାଯାଇଥିବାବେଳେ ୭୬ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହାର ପ୍ରିମିଅର ହେବାକୁ ଥିବା କ୍ୟାପ୍ସନ୍‌ରେ କୁହାଯାଇଛି। ଅନୁରାଗ କଶ୍ୟପ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଫାଷ୍ଟଲୁକ୍‌ ଭିଡିଓକୁ ସନି ପୁଣିଥରେ ରିଶେୟାର କରିଥିବାବେଳେ କାନ୍ସ ପାଇଁ ସେ ଖୁବ୍‌ ଏକ୍ସାଇଟେଡ୍‌ ଥିବା କହିଛନ୍ତି। ଆକ୍ଟର କମ୍‌ ମେଡଲ୍‌ ରାହୁଲ ଭଟ୍ଟ ୨୦୦୨ରେ ଫିଲ୍ମ ‘ୟେ ମହବତ ହେ’ ଜରିଆରେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ଅନେକ ଟେଲି ଧାରାବାହିକରେ ମଧ୍ୟ ତାଙ୍କ ଅଭିନୟ ଦର୍ଶକେ ଦେଖିଛନ୍ତି। ଅନ୍ୟପକ୍ଷେ ଗତବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ‘ଗନି ଭାଇ’ରେ ସନି ଲେଓନ୍‌ଙ୍କୁ ବନ ପରଦାରେ ଦେଖିବାକୁ ମିଳିଥିଲା।