Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୩।୧: ସୋନି ପକ୍ଷରୁ ନୂଆ ଓୟାରଲେସ୍‌ ନଏଜ୍‌ କ୍ୟାନ୍‌ସେଲିଂ ସୁବିଧା ଥିବା ଗେମିଂ ଇୟରବଡ୍‌ ଇନ୍‌ଜୋନ୍‌ ବଡ୍‌ସକୁ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ବ୍ୟାଟେରି ୧୨ ଘଣ୍ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ଏବଂ ତାହାକୁ ବ୍ୟବହାର କରି ପିସି, ମୋବାଇଲ୍‌ ଓ ଗେମ୍‌ କନ୍‌ସୋଲ୍‌ରେ ଗେମ୍‌ ଖେଳି ହେବ। ଫନାଟିକ୍‌ ନାମକ ଇସ୍ପୋର୍ଟସ୍‌ ଟିମ୍‌ ସହ ସହଯୋଗିତାରେ ଇନ୍‌ଜୋନ୍‌ ବଡ୍‌ସ୍‌କୁ ପ୍ରସ୍ତୁତ କରାଯାଇଛି, ଏହି ଇୟରବଡ୍‌ର ବିଶେଷତ୍ୱ ହେଉଛି, ଏଥିରେ ବାହ୍ୟ କୋଳାହଳର ପ୍ରଭାବ କମ୍‌ ରହିବ। ଶିଳ୍ପର ଅଗ୍ରଣୀ ପ୍ରଯୁକ୍ତି ଓ ସହଯୋଗିତା ଡିଜାଇନ୍‌କ ନେଇ ଏହା ଚମତ୍କାର ଅଡିଓ ଅନୁଭୂତି ପ୍ରଦାନ କରିବ। ଏଥିରେ ଅଳ୍ପ ବ୍ୟାଟେରି ବ୍ୟବହାର କରୁଥିବା ଏଲ୍‌୧ ପ୍ରୋସେସର ରହିଛଇ, ଯାହାକୁ ୧୨ ଘଂଟା ପର୍ଯ୍ୟନ୍ତ ବ୍ୟବହାର କରିହେବ। ଏଥିରେ ଥିବା ଶୀଘ୍ର ଚାର୍ଜ ସୁବିଧା ଯୋଗୁଁ ତାହାକୁ ୫ ମିନିଟ୍‌ ଚାର୍ଜ କଲେ ତାହାକୁ ଏକ ଘଂଟା ବ୍ୟବହାର କରିହେବ।

Share