Categories: ବାଣିଜ୍ୟ

ସୋନିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୦ା୬ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ୟୁଏଲଟି ପାୱାର ସାଉଣ୍ଡ ସିରିଜର ଓୟାରଲେସ୍‌ ସ୍ପିକର ଓ ନଏଜ କ୍ୟାନସେଲେଶନ ସାଉଣ୍ଡବାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହି ନୂଆ ବର୍ଗମାଳାରେ ୟୁଏଲ୍‌ଟି ଟାୱାର୧୦, ୟୁଏଲ୍‌ଟି ଫିଲ୍ଡ ୭ ଓ ୟୁଏଲ୍‌ଟି ଫିଲ୍ଡ ୧ ଓୟାରଲେସ ସ୍ପିକର୍‌ ଓ ନଏଜ କ୍ୟାନସେଲେଶନ୍‌ ହେଡଫୋନ ୟୁଏଲ୍‌ଟି ୱେର ଆଦି ରହିଛି।

ୟୁଏଲଟି ବଟନ ସମେତ ଏହି ସିରିଜର ସମସ୍ତ ଉତ୍ପାଦ ଗୋଟିଏ କିମ୍ବା ଦୁଇଟି ସାଉଣ୍ଡ ମୋଡ ପ୍ରଦାନ କରୁଛି। ସେହିଭଳି ୟୁଏଲ୍‌ଟି ପାୱାର ୧୦ ସହିତ ଏକ ଓୟାରଲେସ୍‌ ମାଇକ ମଧ୍ୟ ଆସୁଛି। ଟିଭିରେ ମଧ୍ୟ ଏହି ସ୍ପିକରକୁ ଯୋଡ଼ାଯାଇପାରିବ। ଏପରିକି ୟୁଏଲଟି ପାୱାର ସାଉଣ୍ଡରେ ଉଲ୍ଲେଖନୀୟ ବେସ୍‌ ରହିଛି। ୟୁଏଲ୍‌ଟି ୧ର ବେସ୍‌ ହୃଦୟକୁ ଝୁମାଇବ ଏବଂ ୟୁଏଲଟି ୨ ଶକ୍ତିଶାଳୀ ବିଟ୍‌ ପ୍ରଦାନ କରିବ। ୩୬୦ ଡିଗ୍ରୀ ପାର୍ଟି ସାଉଣ୍ଡ ଓ ୩୬୦ ଡିଗ୍ରୀ ପାର୍ଟି ଲାଇଟ ଘରର କୋଣ ଅନୁକୋଣରେ ଶବ୍ଦ ପହଞ୍ଚାଇବ।

Share