Categories: ବାଣିଜ୍ୟ

ସୋନିର ନୂଆ ବ୍ରାଭିଆ ଏକ୍ସ୭୫ଏଲ୍‌ ଟିଭି ସିରିଜ

ନୂଆଦିଲ୍ଲୀ,୨୩।୪: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୫ଏଲ୍‌ ଟିଭି ସିରିଜ୍‌କୁ ନିକଟରେ ଉନ୍ମୋଚନ କରାଯାଇଛି। ଏଥିରେ ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍‌ପ୍ଲେ ରହିଛି। ଏହି ପରବର୍ତ୍ତ ପିଢ଼ିର ଟିଭିଗୁଡ଼ିକ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ଜୀବନ୍ତ ସଦୃଶ ଟିଭି ଦେଖିବା ଅନୁଭୂତି ପ୍ରଦାନ କରୁଛି। ଏପରିକି ବ୍ରାଭିଆ ଏକ୍ସ୭୫ଏଲ୍‌ ସହିତ ରୋମାଞ୍ଚକ ଗେମ୍‌, ସିନେମା ଆଦିକୁ ସୁନ୍ଦର ରଙ୍ଗ ଏବଂ ଅତୁଳନୀୟ ୪କେ ସ୍ପଷ୍ଟତା ସହିତ ସ୍ପଷ୍ଟ ଓ ପ୍ରାକୃତିକ ସ୍ବର ସହ ଦେଖିପାରିବେ। ଏହି ନୂଆ ବ୍ରାଭିଆ ଏକ୍ସ୭୫ଏଲ୍‌ ଟିଭି ସିରିଜ୍‌ରେ ଏକ୍ସ୧ ୪କେ ପ୍ରୋସେସର ଓ ଲାଇଭ୍‌ କଲର ଟେକ୍ନୋଲୋଜି ରହିଛି।

Share