Categories: ବାଣିଜ୍ୟ

ସୋନିର ନ୍ୟୁ ଫୁଲ୍‌ ଫ୍ରେମ୍‌ ଭ୍ଲଗ୍‌ କ୍ୟାମେରା

ଭୁବନେଶ୍ୱର,୫।୮: ସୋନିର ନ୍ୟୁ ଫୁଲ୍‌ ଫ୍ରେମ୍‌ ଭ୍ଲଗ୍‌ କ୍ୟାମେରା ‘ଜେଡ୍‌ଭି-ଇ୧’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏହା କନ୍‌ଟେଂଟ୍‌ କ୍ରିଏଟରମାନଙ୍କୁ ଉଚ୍ଚ ମାନର ଅନୁଭୂତି ପ୍ରଦାନ କରିବ। ସେହିଭଳି ଲେନ୍‌ସକୁ ବଦଳାଇ ହେଉଥିବା ଏହି କ୍ୟାମେରାରେ ୩୫ ଏମ୍‌ଏମ୍‌ ଫୁଲ୍‌ ଫ୍ରେମ୍‌ ଇମେଜ୍‌ ସେନ୍‌ସର୍‌ ରହିଛି। ବିଶ୍ୱର ସବୁଠୁ କ୍ଷୁଦ୍ର ଓ ହାଲୁକା ବଡ଼ି ହୋଇଥିବାରୁ କ୍ୟାମେରାକୁ ଅତି ସହଜରେ ପରିଚାଳନା କରାଯାଇପାରିବ। ଏଥିରେ କ୍ରିଏଟରମାନଙ୍କୁ ସର୍ବାଧିକ ସ୍ବାଧୀନତା ମିଳିପାରିବ।
ଏ ସମ୍ପର୍କରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ବିଜନେସ୍‌ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି, ସ୍ବତନ୍ତ୍ର ଭାବେ ଭ୍ଲଗର ଓ କନ୍‌ଟେଂଟ୍‌ କ୍ରିଏଟରମାନଙ୍କ ପାଇଁ ବିକାଶ କରାଯାଇଥିବା ଏହି କ୍ୟାମେରା ‘ଜେଭି-ଇ୧’କୁ ନିକଟରେ ଉପସ୍ଥାପନ କରି ଆମେବେଶ ଉତ୍ସାହିତ ଅଛୁ। ଏପରିକି ଏହାର ଛବିର ଉତ୍କଷ୍ଟ ମାନ, କ୍ଷୁଦ୍ର ଆକାର ଓ ଅଭିନବ ସୁବିଧା ସୁଯୋଗ କ୍ରିଏଟରମାନଙ୍କୁ ଆକର୍ଷଣୀୟ ଓ ଚମତ୍କାର କନ୍‌ଟେଂଟ୍‌ ସୃଷ୍ଟି କରିବାରେ ସଶକ୍ତ କରିବ। ଅପରପକ୍ଷରେ ସୋନିର ନୂଆ ଜେଡ୍‌ଭି-ଇ୧ କ୍ୟାମେରାକୁ ସ୍ବତନ୍ତ୍ର ଅଫର ଅଧୀନରେ ଗ୍ରାହକମାନେ ୧୯,୧୭୦ ଟଙ୍କାରେ କ୍ରୟ କରିପାରିବେ। ସେଥିରେ ଏକ ୧୦,୫୯୦ ଟଙ୍କାର ଓୟାରଲେସ ରିମୋଟ୍‌ କମାଣ୍ଡର, ୬୭୯୦ ଟଙ୍କାର ବ୍ୟାଟେରି ଚାର୍ଜର ଓ ୧୭୯୦ ଟଙ୍କାର ହାଲୁକା କ୍ୟାରିଂ କେସ ସାମିଲ ରହିଛି, ଏହି ଅଫର ଷ୍ଟକ ଶେଷ ହେବା ପର୍ଯ୍ୟନ୍ତ ଉପଲବ୍ଧ ରହିବ।

Share